୨୧ ଦ୍ବୀପ ସମୂହର ନାମକରଣ କଲେ ମୋଦି

Spread the love

ନୂଆଦିଲ୍ଲୀ: ନେତାଜୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଣ୍ଡାମାନ ନିକୋବର ଦ୍ବୀପ ପୁଞ୍ଜର ୨୧ ଦ୍ବୀପର ନାମକରଣ କରିଛନ୍ତି। ଏହି ସବୁ ନାମ ୨୧ ପରମବୀର ଚକ୍ର ସମ୍ମାନରେ ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ନାମରେ ହୋଇଛି। ଭିଡିଓ କନଫେରେନ୍ସିଂ ଜରିଆରେ  ଏହି ନାମକରଣ ସହ ସମର୍ପିତ ସ୍ମାରକ ମଡେଲକୁ ମଧ୍ୟ ଉଦ୍ଘାଟନ କରିଛନ୍ତି। ବିକ୍ରମ ବତ୍ରା, ଅବ୍ଦୁଲ ହମୀଦଙ୍କ ପରି ବୀରମାନଙ୍କ ନାମ ସାମିଲ ହୋଇଛି।

ପିଏମ ଏହି ଅବସରରେ କହିଛନ୍ତି କି, ଦେଶ ନେତାଜୀଙ୍କୁ ପ୍ରତିକ୍ଷଣ ସ୍ମରଣ କରୁଛି। ଏଥିସହ ଆଣ୍ଡାମାନ ଦ୍ବୀପସବୁର ନାମକରଣ ସମ୍ପର୍କରେ କହିବାକୁ ଯାଇ ମୋଦି କହିଛନ୍ତି କି, ପୂର୍ବରୁ ଏହି ଦ୍ବୀପ ସବୁରେ ଗୁଲାମୀର ଛାପ ରହିଥିଲା। କିନ୍ତୁ ଏହି ସବୁ ଦ୍ବୀପର ନାମ ପରମବୀର ଚକ୍ର ପ୍ରାପ୍ତଙ୍କ ନାମରେ ହେବା ପରେ ସେସବୁ ଆଗାମୀ ପିଢି ପାଇଁ ପ୍ରେରଣାର ସ୍ଥଳ ହେବ ବୋଲି କହିଛନ୍ତି।

ନେତାଜୀଙ୍କ ସମ୍ବନ୍ଧିତ ଦସ୍ତାବିଜକୁ ସାର୍ବଜନୀନ କରିବା ଦାବି ହୋଇ ଆସୁଥିଲା। ଆମେ ଏହା କରିଛୁ। ଆଣ୍ଡାମାନ ନିକୋବର ଦ୍ବୀପ ପୁଞ୍ଜରେ ନେତାଜୀଙ୍କ ସ୍ମାରକ ଲୋକଙ୍କ ମନରେ ଭକ୍ତିଭାବର ସଂଚାର କରିବ ବୋଲି ମୋଦି କହିଛନ୍ତି। ସ୍ବାଧୀନତା ପରେ ଆମ ସେନାକୁ ଯୁଦ୍ଧ କରିବାକୁ ପଡିଛି। ସବୁ ଜାଗାରେ ସେନା ନିଜ ପରାକ୍ରମ ଦେଖାଇଛି । ସେନା ଓ ଯବାନଙ୍କ ନାମରୁ ଦେଶକୁ ନୂଆ ପରିଚୟ ଦିଆଯାଉଛି।

ମୋଦି ଆହୁରି କହିଛନ୍ତି, ଆଣ୍ଡାମାନ ଏପରି ଭୂମି ଯାହାର ପାଣି, ପ୍ରକୃତି, ପରିବେଶ, ପୁରୁଷାର୍ଥ ଓ ପ୍ରେରଣା ସବୁ କିଛି ଭରି ରହିଛି।ଏଠାକୁ ଆସିବାକୁ ପ୍ରତ୍ୟେକ ଦେଶବାସୀଙ୍କର ରହିଛି ଆଗ୍ରହ। ତେଣୁ ଏଠାରେ ନେତାଜୀ ସ୍ମାରକ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେଉଛି। ଆଜି ସାରା ଦେଶ ପାଳୁଛି ନେତାଜୀ ଜୟନ୍ତୀ ବୋଲି ମୋଦି ଭିଡିଓ କନଫେରେନ୍ସିଂ ଜରିଆରେ ନିଜ ଅଭିଭାଷଣରେ କହିଛନ୍ତି।  

Leave a Reply

Your email address will not be published. Required fields are marked *