ହିମସ୍ଖଳନରେ ଫସିଥିବା ପର୍ବତାରୋହୀଙ୍କ ମଧ୍ୟରୁ ୮ ଉଦ୍ଧାର

Spread the love

ଡେରାଡୁନ: ଉତ୍ତରାଖଣ୍ଡରେ ପାଗ ଖରାପ ହେବାରେ ଲାଗିଛି। ପାହାଡ ଉପରେ ତୁଷାରପାତ ହେବାରୁ ଦ୍ରୌପଦୀ ପର୍ବତର ଦାଣ୍ଡା୨ ଶୀଖରକୁ ପର୍ବତାରୋହଣରେ ଯାଇଥିବା ଉତ୍ତରକାଶୀର ନେହରୁ ପର୍ବତାରୋହଣ ଅନୁଷ୍ଠାନର ୨୯ ପର୍ବତାରୋହୀ ସେଠାରେ ଫସି ରହିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ସେପଟେ ରକ୍ଷାମନ୍ତ୍ରୀ ଉଦ୍ଧାର କାର୍ଯ୍ୟରେ ସେନାର ସହାୟତା ମଗାଯାଇଥିବା କହିଛନ୍ତି।

୨୨ ସେପ୍ଟେମ୍ବରରୁ ଡୋକରିୟାନୀ ଗ୍ଲେସିୟରରେ ତାଲିମ ଚାଲିଥିଲା। କିନ୍ତୁ ସେଠାରେ ହିମ ସ୍ଖଳନ ହେବାରୁ ଏକ ଫାଟରେ ପ୍ରଶିକ୍ଷାର୍ଥୀ ଫସି ରହିଥିଲେ। ସୂଚନା ପରେ ମୁଖ୍ୟମନ୍ତ୍ରୀ ଧାମୀ ସେମାନଙ୍କ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଏନଡିଆରଏଫ, ଏସଡିଆରଏଫ ସହ ଆଟିବିପି, ସ୍ଥାନୀୟ ପୁଲିସ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୦ ଜଣଙ୍କ ଖୋଜା ଜାରି ରହିଛି।

ଆଇଟିବିପି ପିଆରଓ ବିବେକ ପାଣ୍ଡେ ଉଦ୍ଧାରକାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି କି, ଦ୍ରୌପଦୀର ଦାଣ୍ଡା୨ ପର୍ବତ ଶୀଖରକୁ ୨୯ ପର୍ବତାରୋହୀ ଯାଇଥିଲେ। ଆଜି ସକାଳୁ ହିମ ସ୍ଖଳନ ଘଟି ସେମାନେ ଫସି ରହିଥିବା ବେଳେ ଖବର ପାଇ ଉଦ୍ଧାରକାରୀ ଦଳ ୮ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ସୂଚନା ନାହିଁ। ଏହି ଦାଣ୍ଡା୨ ସମୁଦ୍ର ପତନଠାରୁ ୧୮ହଜାର ଫୁଟ ଉଚ୍ଚରେ ଅବସ୍ଥିତ।

ସେପଟେ ପ୍ରତିରକ୍ଷା ମନ୍ତ୍ରୀ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହ ଆଲୋଚନା କରିଛନ୍ତି। ହେଲିକପ୍ଟର ସହ ସେନାକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ସହାୟତା ମଗାଯାଇଛି। ଆଇଏଏଫ ହେଲିକପ୍ଟର ମଧ୍ୟ ଏଥିରେ ନିୟୋଜିତ ହୋଇଛି।  

Leave a Reply

Your email address will not be published. Required fields are marked *