ବାସି ଖାଦ୍ୟ ଖାଇ ୪୦ ଅସୁସ୍ଥ

Spread the love

କୋର୍ବା: ଛତିଶଗଡର ସୁରଜପୁର ଜିଲ୍ଲାରେ ବାସି ଖାଦ୍ୟ ଖାଇ ୪୦ ଜଣ ଅସୁସ୍ଥ ହୋଇଛନ୍ତି। ଖାଦ୍ୟ ଖାଇବା ପରେ ଲୋକଙ୍କଠାରେ ବିଷାକ୍ତ ଖାଦ୍ୟ ଜନିତ ଲକ୍ଷଣ ଦେଖାଦେଇଥିଲା ରବିବାର ସକାଳୁ। ଏକ ଶୁଦ୍ଧଘରର ବାସି ଖାଦ୍ୟ ଖାଇବାରୁ ଏପରି ହୋଇଛି। ଏହି ଘଟଣା ସୁରଜପୁର ଜିଲ୍ଲା ବିଷ୍ଣୁପୁର ଗାଁରେ ଘଟିଛି।

ସୁରଜପୁର ମୁଖ୍ୟ ମେଡିକାଲ ଓ ସ୍ବାସ୍ଥ୍ୟ ଅଧିକାରୀ ଡ ଆର ଏସ ସିଂହଙ୍କ ସୂଚନା ଅନୁଯାୟୀ, ରବିବାର ସକାଳୁ ବିଷ୍ଣୁପୁର ଗାଁର ରାମାନୁଜନଗର ବ୍ଲକର ଏକ ଶୁଦ୍ଧି କ୍ରିୟା ପର ଦିନ ବାସି ଖାଦ୍ୟ ଖାଇବାରୁ ୪୦ ଲୋକଙ୍କଠାରେ ଫୁଡ ପଏଜନିଂ ହୋଇଥିଲା। ସେମାନଙ୍କୁ ସୁରଜପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ପରେ ସମସ୍ତେ ବିପଦ ମୁକ୍ତ ଥିବା ସିଏମଏଚଓ କହିଛନ୍ତି।

ସମସ୍ତ ବ୍ୟକ୍ତି ଶନିବାର ରନ୍ଧା ଯାଇଥିବା ଖାଦ୍ୟ ଖାଇଥିଲେ ଓ ଖାଦ୍ୟ ଖାଇବା ପରଠାରୁ ପିଲାମାନେ ଅସୁସ୍ଥ ହୋଇ ପଡିଥିଲେ। ତେବେ ଏହା ଖାଦ୍ୟ ବିଷାକ୍ତିକରଣ ପାଇଁ ନାଁ ଅନ୍ୟ କୌଣସି କାରଣରୁ ହୋଇଛି ତାର ତଦନ୍ତ ଜାରି ରହିଛି। ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *