ଅମରନାଥ ଗୁମ୍ଫା ନିକଟରେ ଦୁର୍ଘଟଣା: ୫ ମୃତ୍ୟୁ ଆଶଙ୍କା

Spread the love

ଶ୍ରୀନଗର: ଜମ୍ମୁ କାଶ୍ମୀରସ୍ଥିତ ଅମରନାଥ ଗୁମ୍ପା ନିକଟରେ ବାଦଲ ଫଟା ବର୍ଷା ପରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏହା ପରେ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବା ସହ ଘଟଣାସ୍ଥଳରେ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଛି। କିଛି ଦିନ ପୂର୍ବରୁ ଅମରନାଥରେ ଖରାପ ପାଗ ନେଇ ସୂଚିତ କରିଥିଲା ପାରିପାଗ ବିଭାଗ।

ଏଏନଆଇ ସୂଚନା ଅନୁଯାୟୀ, ଅମରନାଥ ଗୁମ୍ଫାଠାରୁ ଦୁଇ କିଲୋମିଟର ଦୂରରେ ବାଦଲ ଫାଟିଥିଲା। ସଂଧ୍ୟା ୫.୩୦ରେ ଏହା ଘଟିଥିଲା। ଏହି ଘଟଣା ସମ୍ପର୍କରେ ଜାଣିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଜମ୍ମୁର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହେବା ସହ ସ୍ଥିତି ଉପରେ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *