ଦେଶରେ ୫ ଏକ୍ସବିବି ୧.୫ ସବଭାରିଆଣ୍ଟ ଚିହ୍ନଟ

Spread the love

ନୂଆଦିଲ୍ଲୀ: ଚୀନ, ଆମେରିକା, ଦକ୍ଷିଣ କୋରିଆ, ଜାପାନ ସମେତ ବିଶ୍ବର ବିଭିନ୍ନ ଦେଶରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଛି। ତେବେ ଏହି ମହାମାରୀର ସବୁଠାରୁ ଘାତକ ସବଭାରିଆଣ୍ଟ ଏକ୍ସବିବି୧.୫  ସମ୍ପ୍ରତି ଅଧିକ ବ୍ୟାପୁଛି। ଏହି ସବଭାରିଆଣ୍ଟର ଚିହ୍ନଟ ପ୍ରଥମେ ଆମେରିକାରେ ହୋଇଥିବା ବେଳେ  ଭାରତ ମଧ୍ୟଏହା କବଳରୁ ବର୍ତ୍ତି ନାହିଁ।

ଭାରତରେ ଏକ୍ସବିବି୧.୫ କୋଭିଡ ସବଭାରିଆଣ୍ଟର ପଦଧ୍ବନି ଶୁଣିବାକୁ ମିଳିଲାଣି। ଏପର୍ଯ୍ୟନ୍ତ ଭାରତରେ ମୋଟ ୫ଟି ଏକ୍ସବିବି୧.୫ ଚିହ୍ନଟ ହୋଇଥିବା ବେଳେ ଗୁଜୁରାଟରୁ ୩ କର୍ଣ୍ଣାଟକ ଓ ରାଜସ୍ଥାନରୁ ଜଣେ ଏଥିରେ ସଂକ୍ରମିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *