୬୯୫ ବିଶ୍ବବିଦ୍ୟାଳୟ ଓ ୩୪ ହଜାର କଲେଜ ଚାଲିଛି ବିନା ମାନ୍ୟତାରେ

Spread the love

ନୂଆଦିଲ୍ଲୀ: ଦେଶରେ ନାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରେଡିଟେସନ କାଉନସିଲ ବା ଏନଏଏସର ମାନ୍ୟତା ନ ଥାଇ ୬୯୫ ବିଶ୍ବବିଦ୍ୟାଳୟ ଓ ୩୪ହଜାର କଲେଜ ଚାଲିଥିବା ସୋମବାର ରାଜ୍ୟରେ ତଥ୍ୟ ରଖାଯାଇଛି। କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାଷ ସରକାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ରିପୋର୍ଟ ରଖିଛନ୍ତି।

ୟୁଜିସିର ସୂଚନା ଆଧାରରେ ମନ୍ତ୍ରୀ କହିଛନ୍ତି କି, ଦେଶରେ ମୋଟ ୧,୧୧୩ ବିଶ୍ବବିଦ୍ୟାଳୟ ଓ ୪୩,୭୯୬ କଲେଜ ଚାଲିଥିବା ବେଳେ ୪୧୮ ବିଶ୍ବବିଦ୍ୟାଳୟ ଓ ୯,୦୬୨ କଲେଜକୁ ଏନଏଏସିର ମାନ୍ୟତା ମିଳିଛି। ଦେଶରେ ସମସ୍ତ ଶୈକ୍ଷିକ ଅନୁଷ୍ଠାନ, ବିଶ୍ବବିଦ୍ୟାଳୟ, କଲେଜକୁ ମାନ୍ୟତା ବ୍ୟବସ୍ଥା ମଧ୍ୟକୁ ଆଣିବାକୁ ଏନଏଏସି ଆସେସମେଣ୍ଟ ଓ ଆକ୍ରେଡିଟେସନ ପାଇଁ ଫି ହ୍ରାସକରିଛି। ଅନବନ୍ଧିତ ଓ ଗଠିତ କଲେଜଗୁଡିକ ପାଇଁ ଆତ୍ମ ଅଧ୍ୟୟନ ରିପୋର୍ଟ ପାଇଁ ମାନୁଆଲରେ ଥିବା ମେଟ୍ରିକ ଓ ପ୍ରଶ୍ନ ଯଥେଷ୍ଟ ହ୍ରାସ କରାଯାଇଛି।  ବୋଲି ସରକାର କହିଛନ୍ତି। ଏନଏଏସି ମାନ୍ୟତା ପାଇନଥିବା ମୋଟ କଲେଜ ୩୪,୭୩୪ ରହିଛି।  

Leave a Reply

Your email address will not be published. Required fields are marked *