ପିପିଲି-କୋଣାର୍କ ରାସ୍ତାର କୁସୁପୁର ରାସ୍ତାକଡରେ ରହିଥିବା ମ୍ୟାଜିକ ଗାଡିକୁ ଧକ୍କା ଦେଲା ପର୍ଯ୍ୟଟକଙ୍କ କାର। ତିନି ଶିଶୁ ସମେତ ଜଣେ ମହିଳା ପର୍ଯ୍ୟଟକ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ବାଲିସାହି ଗ୍ରାମର ମହେଶ୍ୱର ଭୋଇ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତ କ୍ୟାପିଟାଲ ହସପିଟାଲ ସ୍ଥାନନ୍ତର କରାଯାଇଛି। ସୂଚନା ଅନୁଯାୟୀ ଦିଲ୍ଲୀରୁ ପର୍ଯ୍ୟଟକ ମାନେ ଇନୋଭା କରରେ କୋଣାର୍କ ବୁଲିବାକୁ ଆସୁଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ କୁସୁପୁର ଠାରେ ରାସ୍ତାରେ ରହିଥିବା ଏକ ଟାଟା ମ୍ୟାଜିକ ଗାଡିକୁ ପିଟି ଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ କ୍ୟାପିଟାଲ ହସପିଟାଲ ସ୍ଥାନନ୍ତରିତ କରିଛନ୍ତି । ତେବେ ଆହତ ମାନେ ଦିଲ୍ଲୀର ସରତଜିତ ସିଂଙ୍କ ପରିବାରର କାଜଲ ସିଂ(୩୦),ରିଙ୍କୁ ସିଂ(୭),ଟିଟନ ସିଂ(୮),ଭୈରବ ଜିତ ସିଂ(୮) ଓ ସ୍ଥାନୀୟ ବାଲି ସାହି ଗ୍ରାମର ମହେଶ୍ୱର ଭୋଇ ବୋଲି ଗୋପ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now