କାନ୍ଥ ପଡି ୯ ମୃତ

Spread the love

ଲକ୍ଷ୍ମୀ: ଉତ୍ତର ପ୍ରଦେଶରେ ଗତ ୨୪ ଘଣ୍ଟାରେ ହୋଇଥିବା ପ୍ରବଳ ବର୍ଷାରେ କାନ୍ଥ ଭୁଶୁଡି ପଡିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ରହିଛି।

ଲକ୍ଷ୍ନୌ ସିଭିଲ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଲକ୍ଷ୍ନୌର ଏକ ଘରର କାନ୍ଥ ଭୁଶୁଡି ପଡିବାରୁ ସେଠାକୁ ବହୁ ଆମ୍ବୁଲାନ୍ସ ଧାଇଁଥିଲା। ମୋଟ ୯ଟି ମୃତଦେହ ଉଦ୍ଧାର ସହ ୨ ଆହତଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ମୃତକମାନଙ୍କ ଚିକିତ୍ସା ପରେ ସେମାନଙ୍କ ସ୍ଥିତି ସ୍ଥିର ରହିଥିବା ସୂଚନା ରହିଛି।

ଏହି ଦୁର୍ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।  ଘଟଣା ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ତଥା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖା ଆର୍ଥିକ ଅନୁକମ୍ପା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାକୁ ଯୋଗୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜଧାନୀରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ପାଣି ଜମି ରଖିଥିବା ଦେଖିବାକୁ ମିଳିଛି। କମିଶନର ରୋଶନ ଜାକୋବ ସହରରେ ୱାଟର ଲଗିଙ୍ଗର ନିରୀକ୍ଷଣ କରିଛନ୍ତି।

ଅନ୍ୟପଟେ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।  ଲୋକମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୁଣା ଓ ବିପଦଶଙ୍କୁଳ କୋଠା ପ୍ରତି ବିପଦ ଥିବାରୁ ଏଥିପ୍ରତି ସତର୍କତା ଜାରି କରାଯାଇଛି। ଆବଶ୍ୟକ ନ ଥିଲେ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି। ଏଥିସହ ଲୋକଙ୍କୁ ଖୋଲା ସ୍ବେରେଜ, ବିଦ୍ୟୁତ୍ ଖୁଣ୍ଟ ଓ ତାର ପ୍ରତି ସତର୍କ ରହିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *