ଟେଲିକମ୍ ସେକ୍ଟରରେ ପାଦ ଥାପିବାକୁ ଯାଉଛି ଆଦାନୀ ଗ୍ରୁପ

Spread the love

 ନୂଆଦିଲ୍ଲୀ: ବିଭିନ୍ନ ବିଭାଗରେ ବ୍ୟବସାୟ କରି ସଫଳତା ହାସଲ କରିଥିବା ଆଦାନୀ ଗ୍ରୁପ ଏବେ ଟେଲିକମ୍ ସେକ୍ଟରରେ ପାଦ ଥାପିବାକୁ ଯାଉଛି । ଚଳିତ ମାସ ଶେଷ ସୁଦ୍ଧା ୫ ଜି  ସ୍ପେକଟ୍ରମ ନିଲାମୀରେ ଭାଗ ନେବାକୁ ଆବେଦନ କରିଛି । ଜୁଲଇ ୮ ତାରିଖରେ ଆଦାନୀ ଗ୍ରୁପ ତରଫରୁ ୫ ଜି ସ୍ପେକଟ୍ରମ ନିଲାମୀରେ ଭାଗ ନେବାକୁ ଟେଲିକମ କମୁନିକେସନ ବିଭାଗ ନିକଟରେ ଆବେଦନ କରିଛି । ଏହି ପରି ଏୟାରଟେଲ, ଜିଓ, ଭୋଡାଫୋନ , ଆଇଡିଆ ଭାଗ ନେବାକୁ ଆବେଦନ କରିଛନ୍ତି । ସେପଟେ ଟେଲିକମ ବିଭାଗ ପକ୍ଷରୁ କୁହାଯାଇଛି କି ୫ ଜି ସ୍ପେକଟ୍ରମ ନିଲାମୀରେ ଭାଗ ନେବାକୁ ଚାହୁଁଥିବା ନୂଆ କମ୍ପାନୀ ମାନେ ପ୍ରଥମେ ୟୁନିଫାଏଡ ଲାଇସେନସ୍ ନେବାକୁ ପଡିବ । ଏହା ମାଧ୍ୟମରେ ଦେଶର କୌଣସି ସ୍ଥାନରେ ଏକ୍ସପ୍ରେସ ସର୍ଭିସ୍ କିମ୍ବା ମୋବାଇଲ ଡାଟା ପ୍ରଦାନ କରାଯାଇପାରିବ । ସେପଟେ ଯଦି କୌଣସି ବିଦେଶୀ କମ୍ପାନୀ ୟୁନିଫାଏଡ ଲାଇସେନ୍ସ ପାଇଁ ଆବେଦନ କରିବାକୁ ଚାହିଁବେ ତେବେ ସେମାନଙ୍କୁ ପ୍ରଥମେ ଭାରତରେ କମ୍ପାନୀ ପ୍ରସ୍ତୁତ କରିବାକୁ ପଡିବ କିମ୍ବା କୌଣସି ଭାରତୀୟ କମ୍ପାନୀ କିଣିବାକୁ ପଡିବ । ସେପଟେ ୫ ଜି ସ୍ପେକଟ୍ରମ ନିଲାମୀରେ ଭାଗ ନେଉଥିବା ନେଇ ଆଦାନୀ ଗ୍ରୁପ ପକ୍ଷରୁ କୌଣସି ପ୍ରତିକ୍ରୀୟା ଦିଆଯାଇନାହିଁ। ଜୁଲାଇ ୧୨ ତାରିଖରେ ଏ ନେଇ ସବିଶେଷ ତଥ୍ୟ ଆସିବ ବୋଲି କୁହାଯାଉଛି ।

ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Leave a Reply

Your email address will not be published. Required fields are marked *