ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାର ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲା ନିଜ ଜାମିନ ଆବେଦନକୁ ଫେରାଇ ନେଇଛି। ଅଫତାବଙ୍କ ଓକିଲଙ୍କ ସହ ବୁଝାମଣାଗତ ପ୍ରଭେଦକୁ ନେଇ ନିଜ ଜାମିନ ଫେରାଇ ନେଇଛନ୍ତି।
ଦିଲ୍ଲୀ ସାକେତ କୋର୍ଟରେ ଅଫତାବ ଜାମିନ ଆବେଦନ କରିଥିଲେ । ଗୁରୁବାର ୧୧ ଟାରୁ ତାଙ୍କ ଜାମିନ ଆବେଦନ ଶୁଣାଣି ହୋଇଥିଲା। କିନ୍ତୁ ଶୁଣାଣି କାଳରେ ଅଫତାବଙ୍କ ଓକିଲ ପହଞ୍ଚି ନ ଥିଲେ। ଅଫତାବଙ୍କ ଓକିଲ ଡିସମ୍ବେର ୧୭ ତାରିଖରେ ହୋଇଥିବା ଶୁଣାଣି ସମୟରେ ନିଜ କ୍ଲାଇଣ୍ଟ ଅଫତାବଙ୍କ ସହ ଆଲୋଚନା କରିବାକୁ ଅନୁମତି ମାଗିଥିଲେ। ଭିଡିଓ କନ୍ଫରେନ୍ସିଂ ଜରିଆରେ ହୋଇଥିବା ଶୁଣାଣି ସମୟରେ ଅଭିଯୁକ୍ତ ଅଫତାବ କୋର୍ଟଙ୍କୁ କହିଥିଲେ ଯେ ସେ ଜାମିନ ଆବେଦନ ବିଷୟରେ ଜାଣି ନାହାଁନ୍ତି। ସେ କେବଳ ୱକାଲତନାମାରେ ସ୍ୱାକ୍ଷର କରିଥିଲେ।
ଏହାପୂର୍ବରୁ ସାକେତ କୋର୍ଟରେ ନିଜ ଜବାବ ଦାଖଲ କରି ଦିଲ୍ଲୀ ପୁଲିସ ଅଫତାବଙ୍କୁ ଜାମିନ ନଦେବା ପାଇଁ କହିଥିଲା। ନିଜ ଯୁକ୍ତିରେ ପୁଲିସ କହିଥିଲା କି, ଅଫତାବ କରିଥିବା ଅପରାଧ ସମାଜ ଉପରେ କୁପ୍ରଭାବ ପକାଇଛି। ସେପଟେ ଅଫତାବର ଭଏସ ନମୂନା ନେବାକୁ ଅନୁମତି ଲୋଡ଼ି ଦିଲ୍ଲୀ ପୁଲିସ ସାକେତ କୋର୍ଟରେ ଆବେଦନ କରିଛି।
ଉଲ୍ଲେଖଯୋଗ୍ୟ, ଅଫତାବ ନିଜ ଲିଭ୍-ଇନ୍ ପାର୍ଟନର୍ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା। ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ତାଙ୍କୁ ୩୫ ଖଣ୍ଡ କରିଦେଇଥିଲା ଓ ସେସବୁକୁ ରାତି ଅଧରେ ଦିଲ୍ଲୀର ବିଭିନ୍ନ ଜଙ୍ଗଲରେ ପକାଇ ଦେଉଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now