କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅପିଲ୍ ପରେ ମଣିପୁରରେ ଲୋକମାନେ ଜମାକଲେ ୧୪୪ ଅସ୍ତ୍ର

Spread the love

ଇମ୍ଫାଲ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଶାନ୍ତି ଅପିଲ୍ ପରେ ରାଜ୍ୟରେ ମଣିପୁରରେ ହତିଆର ଏବଂ ଗୋଳା-ବାରୁଦ ପୋଲିସ୍ କୁ ପ୍ରଦାନ କରିବା ବୃଦ୍ଧି ହୋଇଛି । ରାଜ୍ୟର କେତେକ ଜିଲ୍ଲାରେ ଲୋକମାନେ ୧୪୪ ଅସ୍ତ୍ର ଶସ୍ତ୍ର ସ୍ୱେଚ୍ଛାରେ ପୋଲିସ୍ ପାଖରେ ଜମା କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜ ମଣିପୁର ଯାତ୍ରା ସମୟରେ ସ୍ଥାନୀୟ ହତିଆର ରଖିଥିବା ଲୋକମାନଙ୍କୁ ନିଜ ନିଜର ହତିଆରକୁ ସ୍ଥାନୀୟ ପୋଲିସ୍କୁ ପ୍ରଦାନ କରିବାକୁ ଆଗ୍ରହ କରାଯାଇଥିଲା । ଏହାପରେ ଶାନ୍ତି ଏବଂ ନିରସ୍ତ୍ରୀକରଣକୁ ନେଇ ଲୋକଙ୍କ ସକରାତ୍ମକ ପ୍ରତିକ୍ରିୟା ଆଗକୁ ଆସିଛି । ରାଜ୍ୟର କେତେକ ଜିଲ୍ଲାରେ ଲୋକମାନେ ୧୪୪ ହତିଆରକୁ ସ୍ୱେଚ୍ଛାରେ ପୋଲିସ୍କୁ ପ୍ରଦାନ କରିଛନ୍ତି । ଦିଆଯାଇଥିବା ହତିଆରରେ କେତେକ ଅତ୍ୟାଧୁନିକ ହତିଆର ସାମିଲ ଅଛି ।

Leave a Reply

Your email address will not be published. Required fields are marked *