ଜୟ ଲଳିତାଙ୍କ ମୃତ୍ୟୁ ମାମଲାରେ ହସ୍ପିଟାଲକୁ ଆଶ୍ବସ୍ତି

Spread the love

ନୂଆଦିଲ୍ଲୀ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ତାଙ୍କ ଚିକିତ୍ସାରେ ଅବହେଳା ନେଇ ହୋଇଥିବା ଅଭିଯୋଗ ଉପରେ ଆଜି ଏମ୍ସ ପକ୍ଷରୁ ରିପୋର୍ଟ ଦିଆଯାଇଛି। ଏମ୍ସର ଡାକ୍ତରୀ ପାନେଲ କହିଛନ୍ତି କି, ଜୟଲଳିତାଙ୍କ ଉପାଚାର ପଦ୍ଧତି ସଠିକ ରହିଥିଲା।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟ ଲଳିତାଙ୍କ ମୃତ୍ୟୁ ୨୦୧୬ ଡିସେମ୍ବରରେ  ହସ୍ପିଟାଲରେ ଚିକିତ୍ସାଧୀନ  ଅବସ୍ଥାରେ ହୋଇଥିଲା। କିନ୍ତୁ ତାଙ୍କ ମୃତ୍ୟୁ ପରେ ଚିକିତ୍ସା ଅବହେଳାରୁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ରାଜନୀତି ଆରମ୍ଭ ହୋଇ ଯାଇଥିଲା। ତେଣୁ ରାଜନୈତିକ ଚାପରେ ଏହାର ଯାଞ୍ଚ ପାଇଁ ୨୦୧୯ରେ ଗଠିତ ହୋଇଥିଲା ଅରୁମୁଧସ୍ବାମୀ ଆୟୋଗ।

କିନ୍ତୁ ଆପୋଲୋ ହସ୍ପିଟାଲରେ ଯାଞ୍ଚ ପାନେଲର କାର୍ଯ୍ୟକାରିତା ଉପରେ ଅନ୍ତରୀଣ ରୋକ ଲଗାଇବାକୁ ମାଦ୍ରାସ ହାଇକୋର୍ଟରେ ଦାବି ହୋଇଥିଲା। ମାଦ୍ରାସ ହାଇକୋର୍ଟ କିନ୍ତୁ ଏହି ଯାଚିକାକୁ ଖାରଜ କରି ଦେଇଥିଲେ। ଏହା ପରେ ହସ୍ପିଟାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲା ଓ ଆୟୋଗର ସହାୟତା ପାଇଁ ଏକ ମେଡିକାଲ ବୋର୍ଡ ସ୍ଥାପନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ମେଡିକାଲ ରେକର୍ଡ ଅନୁଯାୟୀ ସଂକ୍ରମଣ ସହ ବ୍ୟାକ୍ଟେିରିଆ ଓ ସେପ୍ଟିକ  ପାଇଁ ଫାଇନାଲ ଡାଏଗ୍ନୋସିସ କରାଯାଇଥିଲା। ଏଥିସହ ତାଙ୍କର ହୃଦ୍‌ଘାତ ହୋଇଥିଲା। ଏହା ବ୍ୟତୀତ ତାଙ୍କର ଡାଇବେଟିସ ଅନିୟନ୍ତ୍ରିତ ହୋଇଥିଲା, ହାଇପରଟେନସନ, ହାଇପର ଥାଇରଏଡ, ଇରିଟେବଲ ସିଣ୍ଡ୍ରମ ପରି ବହୁ ସ୍ବାସ୍ଥ୍ୟ ସମସ୍ୟା ଥିବା ଏମ୍ସ ମେଡିକାଲ ପାନେଲ ରିପୋର୍ଟରେ ଉଲ୍ଲେଖ ସହ ଚିକିତ୍ସା ଠିକ ଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *