ବାୟୁ ପ୍ରଦୂଷଣ, ସାଇଲେଣ୍ଟ କିଲର: ଏମ୍ସ ନିର୍ଦ୍ଦେଶକ

Spread the love

ନୂଆଦିଲ୍ଲୀ:  ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲଗାତର ବିଗିଡି ଚାଲିଛି। ଏହାର ଭୟାବହତାକୁ ଦେଖି ସୁପ୍ରିମକୋର୍ଟ ମାମଲା ଉପରେ ଶୁଣାଣି କରିବେ। ସ୍ଥିତି ଏମିତି ହୋଇଛି କି, ଲୋକେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦିଲ୍ଲୀ ବାସୀଙ୍କ ମଧ୍ୟରେ ବୃଦ୍ଧିପାଇବାରେ ଲାଗିଛି।  ଏହା ଉପରେ ଶୁକ୍ରବାର ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।  ସେ ବୟସ୍କ ଓ ଶିଶୁଙ୍କୁ ସବୁଠାରୁ ଅଧିକ ସତର୍କ ରହିବାକୁ କହିଛନ୍ତି।

ରଣବୀର କହିଛନ୍ତି, ପ୍ରଦୂଷଣ କାରଣରୁ ଲୋକଙ୍କ ମୃତ୍ୟୁ ହେଉଛି ଓ ଜୀବନସ୍ତର କମ ହେଉଛି। ସ୍ବାସଜନୀତ ସମସ୍ୟାକୁ ନେଇ ବହୁ ରୋଗୀ ଆଡମିଟ ହେଉଛନ୍ତି ହସ୍ପିଟାଲରେ। ଗର୍ଭବତୀ ଓ ସେମାନଙ୍କ ଶିଶୁଙ୍କ ଉପରେ ଏହାର କୁପ୍ରଭାବ ପଡୁଥିବା କହିଛନ୍ତି ରଣଦୀପ। ସେ ଆହୁରି କହିଛନ୍ତି, ଯେଉଁ ବୃଦ୍ଧ ଓ ଶିଶୁଙ୍କ ଫୁସଫୁସ ଓ ହୃତପିଣ୍ଡ ଦୁର୍ବଳ, ସେମାନଙ୍କୁ ପ୍ରଦୂଷଣ ବ୍ୟାପୁଥିବା ସ୍ଥାନକୁ ଯିବା ଅନୁଚିତ। ଯଦି ଯିବା ନିତାନ୍ତ ଆବଶ୍ୟକ ତେବେ ଖରା ଆସିବା ପରେ ଯାଆନ୍ତୁ ଓ ମାସ୍କ ପିନ୍ଧନ୍ତୁ। ରଣଦୀପ ବାୟୁ ପ୍ରଦୂଷଣକୁ ସାଇଲେଣ୍ଟ କିଲର ବୋଲି କହିଛନ୍ତି।

ସେପଟେ ପ୍ରଦୂଷଣକୁ ଦେଖି ଦିଲ୍ଲୀ ସରକାର ପ୍ରଦୂଷଣ ନିରୋଧି ଉପାୟ ଆପଣେଇବାକୁ ଏକ ସମିତି ଗଠନ ହୋଇଛି। ଦିଲ୍ଲୀ ସରକାରର ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଛି। ଘରୋଇ ସଂସ୍ଥା ମଧ୍ୟ ଏହି ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରାଇମେରୀ ସ୍କୁଲକୁ ମଧ୍ୟ ବନ୍ଦ କରାଯାଇଛି।

Leave a Reply

Your email address will not be published. Required fields are marked *