ଆକସ୍ମିକ ଭାବେ ଲାଗୁଛି ନିଆଁ

Spread the love

BBSR_FIRE_PKG

ଭୁବନେଶ୍ୱର: ତିନିଦିନ ହେଲା ମଞ୍ଚେଶ୍ୱର ଥାନା  ଅନ୍ତର୍ଗତ ରୋକଟ ଗାଁରେ ନିଆଁ ।  ଗ୍ରାମବାସୀ ଓ ଦମକଳ ବାହିନୀ ମିଳିତ ଉଦ୍ୟମରେ ନିଆଁ  ଲିଭାଇବାକୁ ଚେଷ୍ଟା କରି ମଧ୍ୟ ଲିଭୁନି ନିଆଁ। କେବଳ ଘରେ ନୁହେଁ ଗଛ ଆଉ ପାଳ ଗଦାରେ ବି ଲାଗୁଛି ନିଆଁ। ଏମିତିକି କଞ୍ଚା ଗଛରେ ବି ନିଆଁ ଲାଗି ଯାଉଛି । ଲୋକେ ବାହାରକୁ ବି ଯାଉନାହାନ୍ତି । କାରଣ କୌଣସି ମୁହୁର୍ତ୍ତରେ ବି ସେମାନଙ୍କ ଘରେ ନିଆଁ ଲାଗିଯିବାର ଭୟ ରହୁଛି ସ୍ଥାନୀୟ ପରିସ୍ଥିତି ଦେଖି ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ ବାହିନୀର କର୍ମଚାରୀ ଉପସ୍ଥିତ ଅଛନ୍ତି।

ଆକସ୍ମିକ ଭାବେ ଲାଗୁଛି ନିଆଁ। ଆତଙ୍କରେ ଗ୍ରାମବାସୀ।  ବିତିଗଲାଣି 3 ଦିନ l ହେଲେ ଏବେ ଯାଏଁ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଏଭଳି  କିଛି  ଦୃଶ୍ୟ  ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରୋକଟ ଗ୍ରାମରେ l କ୍ରମାଗତ ଅଗ୍ନିକାଣ୍ଡ ଯୋଗୁ ଆତଙ୍କରେ ଅଛନ୍ତି ଗ୍ରାମବାସୀ। ଦୁଇଦିନ ହେବ ଗ୍ରାମରେ ପ୍ରତ୍ୟେକ ଜାଗାରେ ନିଆଁ ଲାଗୁଛି। ଏମିତିକି ପ୍ରତି ଅଧଘଣ୍ଟା ବ୍ୟବଧାନରେ ପାଳଗଦାରୁ ଘରକୁ ଡେଉଁଛି ନିଆଁ।  ବାରମ୍ବାର ନିଆଁ ଲାଗୁଥିବା ଯୋଗୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଏବଂ ଗ୍ରାମବାସୀ ଘଟଣାସ୍ଥଳରେ  ଜଗି ରହିଛନ୍ତି।

ବିଜ୍ଞାନ ଯୁଗରେ ଅତ୍ୟଧିକ ତାପମାତ୍ରା ଯୋଗୁ ଏପରି ଅଗ୍ନିକାଣ୍ଡ  ଘଟିବାର ସନ୍ଦେହ କରାଯାଉଥିବା  ବେଳେ ଗ୍ରାମଦେବୀ ଙ୍କ କୋପରୁ ଏଭଳି  ଘଟୁଛି  ବୋଲି ପ୍ରତିକ୍ରିୟା ରଖିଛନ୍ତି କିଛି ଗ୍ରାମବାସୀ l ହଠାତ  ନିଆଁ ପିଣ୍ଡୁଳା ସଦୃଶ୍ୟ ଆସୁଛି  ଏବଂ ପାଳଗଦା  ଜଳାଇ ଦଉଚି ଯାହାକୁ ନେଇ ଏବେ ଚିନ୍ତାରେ ସମସ୍ତେ l

Leave a Reply

Your email address will not be published. Required fields are marked *