ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର ମାନେ- ସମ୍ବିତ

Spread the love

ସୁବର୍ଣ୍ଣପୁର : କଅଁଳ ବୟସରେ ବା ଅଷ୍ଟମ ଶ୍ରେଣୀର ଶେଷ ଭାଗରେ ଡା. ଚିତ ରଞ୍ଜନ ତ୍ରିପାଠୀଙ୍କ ଏକ ମାତ୍ର ଅଲିଅଳ ପୁଅ ସମ୍ବିତ(ଲିଙ୍କନ ) ର ମାଆଙ୍କ ଅକାଳ ବିୟୋଗରେ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରିବାକୁ ପଡିଥିଲା ଛାତ୍ର ଲିଙ୍କନକୁ । ଶ୍ରୀ ରାମେଶ୍ୱର ଶ୍ମଶାନ ଘାଟରେ ମାଙ୍କୁ ମୁଖାଗ୍ନି ଦେଇ ସିଧା ଚାଲି ଆସିଥିଲା ଗ୍ରୀଡ଼କୋ କଲୋନୀ ଘରକୁ ସେ । ଖୁବ ଅଳ୍ପ ଦିନ ମଧ୍ୟରେ ପରୀକ୍ଷା ଥିଲା । ସେପଟେ ମା ସ୍ୱର୍ଗୀୟା ଦୀପାରାଣୀ ମଧ୍ୟ ତାକୁ ସବୁବେଳେ ଗାଇଡ଼ କରି ତାଗିଦ ବି କରୁଥିଲେ, ବାବୁ କ୍ଲାସ ଷ୍ଟାଣ୍ଡାର୍ଡ ସିକ୍ସ ରୁ ସ୍କୁଲରେ ଯେମିତି ଟପ୍ପର ହୋଇ ଆସୁଛୁ, ଷ୍ଟାଣ୍ଡାର୍ଡ ଟେନ୍ଥ ଯାଏ ସ୍କୁଲ ରେ ତୋର ଟପ୍ପର ପୋଜିସନ ହେବା ଆମେ ଦେଖିବାକୁ ଚାହୁଁଛୁ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ମା ଙ୍କୁ ମୁଖାଗ୍ନି ଦେଇ ଘରକୁ ଫେରିଲା ପରେ ଆଦୌ ବିଶ୍ରାମ ନ ନେଇ ସବୁ ଦୁଃଖକୁ ଲୁହକୁ ଛାତିରେ ଚାପି କମ୍ପୁଟର ଧରି ବସି ପଡିଲା ଓ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲା । ଆଉ ପରିବାର ଆତ୍ମୀୟ ସ୍ୱଜନଙ୍କୁ କହିଲା ମୁଁ ମାଙ୍କ ସ୍ୱପ୍ନକୁ ପୁରା କରିବି । ପରେ ଆଇସିଏସ ଇ କୋର୍ସରେ ସବୁ କ୍ଲାସରେ ଏପରିକି ଜ଼ିଲ୍ଲାରେ ମାଟ୍ରିକ ଟପ୍ପର ହେବାକୁ ସେଦିନ ଠୁଁ ସଂକଳ୍ପ ନେଇଥିଲା ଲିଙ୍କନ । କ୍ଲାସ ସିକ୍ସରୁ କ୍ରମାଗତ ଭାବେ ଟପ୍ପର ହେଉଥିଲା ମଧ୍ୟ । ଆଉ ଏକଲବ୍ୟ ଭଳି ହୃଦୟ ଧାରଣ କରି ନିଜର ସାଧନାରୁ ବିରତ ନ ହୋଇ ଦିବଂଗତା ମାଆ ଦୀପାରାଣୀଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ସୁବର୍ଣ୍ଣପୁର ସେଂଟଆନି କନଭେଂଟ ସ୍କୁଲର ଟେନ୍ଥ କ୍ଲାସ କୃତି ଛାତ୍ର ସଂମ୍ବିତ ତ୍ରିପାଠୀ । ଆଉ ୯୭.୦୪ ଶତକଡା ମାର୍କ ସହ ସେ ଦ୍ୱିତୀୟ ସ୍ଥାନରେ ଉତୀର୍ଣ ହୋଇଛନ୍ତି ଏ ବର୍ଷ ।

ସେହିପରି ସ୍କୁଲର ପି. ଆର୍ଯ୍ୟନ ତନ୍ମୟ କ୍ରିଷ୍ଣା ୯୮ ଶତକଡା ମାର୍କ ରଖି ଜ଼ିଲ୍ଲା ଟପ୍ପର ହୋଇଥିବା ବେଳେ, ରୋହନ ମେହେର ମଧ୍ୟ ୯୭.୦୪ ଶତକଡା ମାର୍କ ରଖି ସମ୍ବିତଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏଭଳି ମା ଓ ମାତୃଭୂମିକୁ ଗରୀୟାନ କରିବା ଲାଗି ପ୍ରତ୍ୟେକ ବିଦ୍ୟାର୍ଥୀ ସବୁ ପ୍ରକାର ପରିସ୍ଥିତିକୁ ସାମନା କରି ନିଜ ସାଧନାରେ ବ୍ରତୀ ରହିବା ଓ କୃତି ହାସଲ କରିବା ସମ୍ବିତ ହିଁ ଏଭଳି ଏକ ଉଦାହରଣ ଅଟନ୍ତି । ଯେମିତି କଥାରେ ଅଛି ଊର୍ଦ୍ଧ୍ୱ ମୁଖି ମନ ଓ ନିମ୍ନ ମୁଖି ଜଳକୁ କେହି ରୋକିପାରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *