ଶ୍ରୀନଗର: ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ଯୋଗୁଁ ପାହାଡରୁ ତୀବ୍ର ଗତିରେ ପାଣି ମାଡି ଆସିବାରୁ ତିନି ଜଣ ମହିଳାଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏବେବି ଅନେକ ଲୋକ ଫସିରହିଛନ୍ତି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅମରନାଥ ଯାତ୍ରା ଦଳରେ ୫ ଜଣ ଓଡିଆ ମଧ୍ୟ ରହିଥିବା ସୂଚନା ରହିଛି ।
ବାଦଲ ଫଟା ବର୍ଷାରେ ୫ ଓଡିଆ ସୁରକ୍ଷିତ ରହିଛନ୍ତି। ହେଲେ ସେଠାରୁ ଆସିବା ସୁବିଧା ନଥିବାରୁ ଓଡିଶା ସରକାରଙ୍କ ସହାୟତ ମାଗିଛନ୍ତି ସେମାନେ । ରାୟଗଡା ଜିଲ୍ଲାରୁ ଯାଇଥିବା ୫ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି । ସମସ୍ତଙ୍କ ଜିନିଷପତ୍ର ଟଙ୍କା ଭସିଯାଇଥିବା ବେଳେ ଜୀବନ ସୁରକ୍ଷିତ ଅଛି । ସମସ୍ତେ ରାୟଗଡା ସହରର ବାସିନ୍ଦା ବସନ୍ତ କୁମାର ସେନାପତି, ସୌମ୍ୟ ରଞ୍ଜନ ପାତ୍ର , କେ ରବି କୁମାର , ଟୁକୁନା ପ୍ରଧାନ , ନିହାର ରଞ୍ଜନ ପାତ୍ର । ଦୁର୍ଘଟଣାରୁ ବର୍ତ୍ତୀଯିବା ପରେ ଗାଡି ସୁବିଧା ନଥିବା କାରଣରୁ ସମସ୍ତେ ଅମରନାଥରୁ ଚାଲିଚାଲି ବଲତାଲ ଯାଉଛନ୍ତି । ଗତ ୧ ତାରିଖରୁ ସମସ୍ତେ ଅମରନାଥ ଦର୍ଶନ ନିମନ୍ତେ ବାହାରିଥିଲେ। ଆସନ୍ତା ୧୭ ତାରିଖରେ ଫେରିବାର କାର୍ଯ୍ୟକ୍ରମ ଥିଲା । ରାଜ୍ୟ ସରକାର ସହଯୋଗ କଲେ ସେମାନଙ୍କ ଫେରିବା ସହଜ ହେବ।
ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ ନକ୍ଷତ୍ର ନିଜ୍ୟୁ
Naxatra News is now on Whatsapp
Join and get latest news update delivered to you via whatsapp
Join Now