ଗୁଣି ସନ୍ଦେହରେ ମହିଳାଙ୍କୁ ହତ୍ୟା: ଯୁବକ ଗିରଫ

Spread the love

ରାୟଗଡା: ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହାଣି ହତ୍ୟା କରିଥିବା ଘଟଣା। ଏହି ଘଟଣାରେ ପଡୋଶୀ ରାଜେଶକୁ ଗିରଫ କରିଛି ରାୟଗଡା ପୋଲିସ। ଗତକାଲି ଏଭିଳି  ଅଭାବନୀୟ ଘଟଣା ଘଟିଥିଲା ରାୟଗଡ଼ା ସହରର କୋଇଲାପଡା ଠାରେ । ହତ୍ୟାର ଶିକାର ହୋଇଥିବା ମହିଳା ହେଲେ ଚନ୍ଦ୍ରମା ବିଭାର।

ରାୟଗଡ଼ା ସହରର କୋଇଲାପଡା ଅଞ୍ଚଳରେ ଗୁଣିଗାରେଡ଼ି ସନ୍ଦେହରେ ପଡୋଶୀ ମହିଳାଙ୍କୁ ହାଣି ହତ୍ୟା କରିଥିଲା ପଡୋଶୀ ଯୁବକ । ୫୦ ବର୍ଷୀୟା ଚନ୍ଦ୍ରମା ବିଭାର ଗୁଣିଗାରେଡ଼ି କରୁଥିବା ନେଇ ପଡୋଶୀ ଘରର ରାଜେଶ ସନ୍ଦେହ କରୁଥିଲା। ଏନେଇ ଉଭୟ ପରିବାର ମଧ୍ୟରେ ବଚସା ହୋଇଆସୁଥିଲା। ଯାହାକୁ କେନ୍ଦ୍ର କରି ଗତକାଲି ମଧ୍ୟାହ୍ନ ରେ ଚନ୍ଦ୍ରମାଙ୍କ ଘରେ ପଶି ଟାଙ୍ଗିଆରେ ହାଣି ଦେଇଥିଲା ରାଜେଶ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ସହ ରାଜେଶକୁ ଅଟକ ରଖିଥିଲା।  ଆଜି ଅଭିଯୁକ୍ତ ରାଜେଶକୁ କୋର୍ଟ ଚାଲଣ କରିଛି ପୋଲିସ।

Leave a Reply

Your email address will not be published. Required fields are marked *