ବାରାଣାସୀ : ଇଲାହାବାଦ ହାଇକୋର୍ଟର ଆଦେଶ ଓ ସୁପ୍ରିମକୋର୍ଟର ମାର୍ଗଦର୍ଶନରେ ଜ୍ଞାନବାପୀ ପରିସରରେ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣର ଟିମ ରବିବାର ଲଗାତାର ତୃତୀୟ ଦିନ ମଧ୍ୟ ସର୍ଭେ କାମ ଆରମ୍ଭ କରିଛି । ଏଏସଆଇର ଟିମ କଡା ସୁରକ୍ଷା ମଧ୍ୟରେ ସକାଳ ୯ଟାରେ ସେଠାରେ ପହଞ୍ଚିଥିଲେ ।
ମସଜିଦର ପଶ୍ଚିମ ପ୍ରାଚୀର ଠାରୁ ବ୍ୟାରିକେଡିଂ ଯାଏ ଥିବା ଅଞ୍ଚଳରେ ଥିବା ଘାସକୁ ହଟାଇ ଦିଆଯାଇଛି । ସମ୍ପୂର୍ଣ ଜ୍ଞାନବାପି ବିଲଡିଂକୁ ଏକାଥରରେ ଦେଖିବାକୁ ସାଟେଲାଇଟ ଜରିଆରେ ୩ଡି ଇମାଜିନେସନ ପ୍ରସ୍ତୁତ କରାଯାଇଛି । ଏଏସଆଇ ଟିମ ପ୍ରାଚୀରର ୩ଡି ଇମେଜିଂ, ମ୍ୟାପିଂ ଓ ସ୍କ୍ରିନିଂ ମଧ୍ୟ କରିବ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now