ଆଫଗାନିସ୍ତାନରେ ପୁଣି ଆତ୍ମଘାତି ବିସ୍ଫୋରଣ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲର ଆତ୍ମଘାତି ବିସ୍ଫୋରଣ। କାବୁଲର ଏକ ଶିକ୍ଷା କେନ୍ଦ୍ରରରେ ବଡ ଧରଣର ବିସ୍ଫୋରଣ ଘଟିଛି। ଏହି ଆତ୍ମଘାତୀ ବିସ୍ଫୋରଣରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଗୁରତର ଥିବା କାବୁଲ ପୋଲିସ ସୂଚନା ଦେଇଛି।

ଆତଙ୍କବାଦୀଙ୍କ ଟାର୍ଗେଟରେ ତାଲିବାନ ସରକାର। ପୁଣି ଆଫଗାନିସ୍ତାନ କାବୁଲରେ ଆତ୍ମଘାତି ବିସ୍ଫୋରଣ। ଏଥର କାବୁଲରେ ଥିବା ଏକ ଶିକ୍ଷାନୁଷ୍ଠାନ ଉପରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଶୁକ୍ରବାର ସକାଳ ସାଢେ ୭ଟା ସମୟରେ ଏହି ବିସ୍ଫୋରଣ ପଶ୍ଚିମ କାବୁଲର ଦଶାତୀ ବାରଚି ଅଞ୍ଚଳରେ ଥିବା ପିଡି ୧୩ର କାଜ୍ ଶିକ୍ଷାକେନ୍ଦ୍ରରେ ଘଟିଛି। ଏଥିରେ ୧୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଗୁରୁତର ଆହାତ ହୋଇ ଆମ୍ୱୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାବୁଲ ନିକଟରେ ଥିବା ଶିୟା ବହୁଳ ଅଞ୍ଚଳକୁ ଟାର୍ଗେଟ କରି ଏହି ଆତ୍ମଘାତୀ ବିସ୍ଫୋରଣ କରାଯାଇଛି। ଏହି ଅଞ୍ଚଳରେ ହେଉଛି ଏକ ଶିୟା-ମୁସଲିମ ପ୍ରାଧାନ୍ୟ ଅଞ୍ଚଳ। ଏଠାରେ ବହୁଳଅଞ୍ଚଳର ହଜାର ସମ୍ପ୍ରଦାୟ ବାସକରିଥାନ୍ତି। କାବୁଲ ପୋଲିସ ସୂଚନା ଅନୁଯାୟୀ, ଏହି ଶିକ୍ଷାଅନୁଷ୍ଠାରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୱଳୟରେ ହେବାକୁ ଥିବା ଏଣ୍ଟ୍ରେସ ପରୀକ୍ଷା ପାଇଁ କୋଚିଂ ନେଉଥିଲେ। ଏହି ସମୟରେ ଆତ୍ମଘାତି ଆକ୍ରମଣ ହୋଇଥିଲା। ଯେଉଁଥିରେ ଆକ୍ରମଣକାରୀ ନିଜେ ନିଜକୁ ଏହି ବିସ୍ଫୋରଣରେ ଉଡାଇ ଦେଇଥିଲା।

ସେପଟେ ଏହି ଘଟଣା ସୂଚନା ପାଇବା ପରେ ତାଲିବାନ ସରକାର ତରଫରୁ ସେଠାରେ ବ୍ୟାପକ ବ୍ୟବସ୍ତା କରାଯିବା ସହ ଅନେକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ହେଲେ ଏହି ଆତ୍ମଘାତି ବିସ୍ଫୋରଣ କିଏ କରିଛି ତାନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରି ନଥିବା ସୂଚନା ଦେଇଛନ୍ତି ଜଣେ ତାଲିବାନୀ ଅଧିକାରୀ।
- ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ