ପୁଲିସ ଫାୟାରିଂ ଘଟଣା: ଏସପିଙ୍କ ବଦଳି

Spread the love

ଗୌହାଟୀ: ଗତକାଲି ଆସାମ ମେଘାଳୟ ସୀମାବର୍ତ୍ତି ପଶ୍ଚିମ କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ହୋଇଥିବା ଗୁଳିମାଡ ଘଟଣାରେ ଆସାମ ସରକାର ସ୍ଥାନୀୟ ଏସପିଙ୍କୁ ବଦଳି କରିଦେଇଛନ୍ତି।  ପଶ୍ଚିମ କାର୍ବି ଆଙ୍ଗଲୋଙ୍ଗ ଏସପି ଇମଦାଦ ଅଲିଙ୍କୁ ବଦଳି କରିବା ସହ ଜିରିକିଣ୍ଡିଂ ଥାନା ଇନଚାର୍ଜ କାଜଲ ନାଥ, ଖେରୋନି ବନଖଣ୍ଡର ଶିକାରୀ ଇଙ୍ଘି ବନ ସୁରକ୍ଷା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।  

ଏନେଇ ଆସାମ ଗୃହ ବିଭାଗ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି କି, ସରକାର ଘଟଣାର ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ତଦନ୍ତ କରାଯିବ।

ଗତକାଲି ପୁଲିସ ଓ ସାଧାରଣ ଜନତା ମଧ୍ୟରେ ହୋଇଥିଲା ମୁହାଁମୁହିଁ । ଲୋକଙ୍କ ପଥର ମାଡ ପରେ ପୁଲିସ ପକ୍ଷରୁ ହୋଇଥିବା ଫାୟାରିଂରେ ୫ ଜଣ ସାଧାରଣ ଜନତାଙ୍କ ସହ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *