ପଞ୍ଜାବ ତରନ ତାରନ ଥାନା ଉପରେ ଗ୍ରେନେଡ ମାଡ

Spread the love

ଚଣ୍ଡିଗଡ: ପଞ୍ଜାବର ତରନ ତାରନରେ ଥିବା ଗୋଟିଏ ପୁଲିସ୍‌ ଷ୍ଟେସନ ଉପରେ ଆକ୍ରମଣ। ରେକଟ ଲଞ୍ଚର ଦ୍ୱାରା ଗ୍ରେନେଡ ମାଡ଼ କରାଯାଇଛି ଥାନା ଉପରେ। ଶୁକ୍ରବାର ମଧ୍ୟରାତ୍ରୀରେ ଏହି ଗ୍ରେନେଡ ମାଡ ହୋଇଥିବା ବେଳେ ଏହା ପାକିସ୍ତାନ ପଟୁ ମାଡ କରାଯାଇଥିବା ସନ୍ଦେହ କରାଯାଉଛି।  ତେବେ ଥାନା ବାହାର ପିଲାର୍‌ରେ ମାଡ଼ ହୋଇ ଏହା ବିପରି ଦିଗକୁ ଛିଟିକି ପଡିଥିଲା। ଫଳରେ ଥାନାର କିଛି କ୍ଷୟକ୍ଷତି ହୋଇ ନାହିଁ।  

ତରନ ତାରନ ସରହାଲି ଥାନା ଉପରେ  ଶୁକ୍ରବାର ରାତି ପ୍ରାୟ ୧ଟା ସମୟରେ ଏକ ରକେଟ ଆକୃତିର ଗ୍ରେନେଡ ମାଡ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏହା ପଛରେ ପାକିସ୍ତାନର ହାତ ରହିଥିବା ସନ୍ଦେହ କରାଯାଉଛି। ଖବର ପାଇ ଡିଜିପି ଗୌରବ ଯାଦବ ଓ ଫରେନ୍ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଆକ୍ରମଣ ପଛରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହାତ ରହିଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହାୟତାରେ ସେମାନେ ଆକ୍ରମଣ କରିଥାଇ ପାରନ୍ତି ବୋଲି ଜଣେ ପୁଲିସ ଅଧିକାରୀ ସନ୍ଦେହ ପ୍ରକଟ କରିଛନ୍ତି।

ସରହାଲି ହେଉଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହରବିନ୍ଦର ସିଂହ ଓରଫ ରିଣ୍ତାର ଜନ୍ମସ୍ଥାନ। ସେ କିଛି ଦିନ ତଳେ ପାକିସ୍ତାନରେ ଘଟିଥିବା ଗୁଳିକାଣ୍ତରେ ପ୍ରାଣ ହରାଇଥିଲା। ତେଣୁ ଏହି ଅଞ୍ଚଳରେ କାଳେ ଆତଙ୍କରାଜ କମି ଯିବ, ସେ ଉଦ୍ଦେଶ୍ୟରେ ଆଇଏସଆଇ ଆକ୍ରମଣ ଘଟଣାଥିବା କୁହାଯାଉଛି।

ପୂର୍ବରୁ ମୋହାଲିରେ ଥିବା ପଞ୍ଜାବ ପୁଲିସ୍‌ ଗୁଇନ୍ଦା ଅଫିସ ଉପରେ ହୋଇଥିବା ରକେଟ ଲଞ୍ଚର ଗ୍ରେନେଡ ଆକ୍ରମଣ ପଛରେ ରିଣ୍ଡାର ହାତ ରହିଥିଲା। ସେ ପଞ୍ଜାବ ସିଙ୍ଗର ସିଦ୍ଧୁ ମୁସେୱାଲଙ୍କ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ। ଏକଧିକ ହତ୍ୟା ମାମଲାରେ ସାମିଲ ଥିବା ରିଣ୍ଡା ଭାରତରେ ବ୍ୟାନ ହୋଇଥିବା ଖଲିସ୍ତାନ ଗ୍ରୁପ ବାବାର ଖାଲସା ଇଣ୍ଟରନ୍ୟାଶନାଲର ସଦସ୍ୟ ଥିଲା।

Leave a Reply

Your email address will not be published. Required fields are marked *