କାଙ୍ଗାଳ ଦେଶ

Spread the love

ନୂଆଦିଲ୍ଲୀ: ବିଶ୍ବରେ ଏମିତି କିଛି ଦେଶ ରହିଛି ଯାହାର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ସେଠାକାର କରେନ୍ସି ଶୂନ୍ୟକୁ ଖସିବା ପରି ସ୍ଥିତି ହୋଇଛି। ତେଣୁ ସେଠାରେ ଲୋକେ ମହଙ୍ଗା ମାଡରେ ଘାଇଲା। ଏମିତି ଦେଶର ସଂଖ୍ୟା ମଧ୍ୟ କିଛି କମ ନାହିଁ ବିଶ୍ବରେ।  ଲିବିଆ, ବେନେଜୁଏଲା, ଆଫ୍ରିକାର ବହୁ ଦେଶର ଅର୍ଥନୀତି କଥା ନ କହିବା ଭଲ। ଏଠାର କରେନ୍ସିର ମୂଲ୍ୟ ଶୂନ୍ୟକୁ ଖସି ଆସିଛି। ସ୍ଥିତି ଏମିତି ହୋଇଛି କି, ସେହି ସବୁ ଦେଶ ନିଜ ସୁନା ଦେଇ ବିଦେଶରୁ ଆବଶ୍ୟକୀୟ ସାମଗ୍ରୀ କିଣିବାକୁ ବାଧ୍ୟ ହେଉଛନ୍ତି।

ଜିମ୍ବାୱେ ଏମିତି ଦେବାଲିଆ ହୋଇଥିବା ଏକ ରାଷ୍ଟ୍ର। ଏହାର କେନ୍ଦ୍ରୀୟ ବ୍ୟାଙ୍କ କହିଛି କି, ଚଳିତ ମାସରେ ଦେଶରେ ଥିବା ସ୍ବର୍ଣ୍ଣ ମୁଦ୍ରାକୁ ଭ୍ୟାଲୁ ଭଣ୍ଡାର ରୂପେ ବିକ୍ରି କରିବାକୁ ଯାଉଛି। ଏପରି କରି ମୁଦ୍ରାସ୍ପିତି ଉପରେ ନିୟନ୍ତ୍ରଣ ସମ୍ଭବ ହେବ ବୋଲି ଆଶା କରାଯାଉଛି। ଜିମ୍ବାୱେର କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନର ଜନ ମଙ୍ଗୁଦିଆ ଏକ ବୟାନରେ କହିଛନ୍ତି କି, ମୁଦ୍ରା ୨୫ ଜୁଲାଇରୁ ସ୍ଥାନୀୟ ମୁଦ୍ରା, ଆମେରିକୀୟ ଡଲାର ଓ ଅନ୍ୟ ବିଦେଶୀ ମୁଦ୍ରାରେ ସୁନାର ବର୍ତ୍ତମାନର ଆନ୍ତର୍ଜାତୀୟ ମୂଲ୍ୟ ଓ ଉତ୍ପାଦନ ମୂଲ୍ୟ ଆଧାରରେ ବିକ୍ରି ପାଇଁ ଉପଲବ୍ଧ ହେବ।

ଜିମ୍ବାୱେର କେନ୍ଦ୍ରୀୟ ବ୍ୟାଙ୍କ କହିଛନ୍ତି କି, ଭିକ୍ଟୋରିଆ ଫ୍ଲାସ ନାମରେ ମୋସି ଓ ତୁନ୍ୟା ମୁଦ୍ରାକୁ ନଗଦରେ ପରିବର୍ତ୍ତନ କରାଯାଇପାରେ। ଏଥିସହ ସ୍ଥାନୀୟ ଓ ଅନ୍ତର୍ଜାତୀୟସ୍ତରରେ କାରବାର ସମ୍ଭବ ହୋଇପାରିବ। ଗତସପ୍ତାହରେ ଜିମ୍ବାୱେ ନିଜ ନୀତିଗତ ଦରକୁ ୮୦ ପ୍ରତିଶତରୁ ଦୁଇ ଗୁଣା ଅଧିକ କରି ୨୦୦ ପ୍ରତିଶତ କରିଥିଲା। ଏପରି କରି ଦେଶରେ ଆତ୍ମବିଶ୍ବାସ ବୃଦ୍ଧି କରିବାକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଆମେରିକା ଡଲାରକୁ ଆଇନଗତ ଟେଣ୍ଡର କରିବାର ଯୋଜନାର ରୂପରେଖ ପ୍ରସ୍ତୁତ କରିଛି।

ଏଠାରେ କହି ରଖୁ କି, ଆଫ୍ରିକା ଦେଶ ନିଜ ମହାଦ୍ବୀପର ଏକ ଦେଶ, ଯେଉଁଠି ସ୍ଥିତି ଦଶକ ଦଶକ ଧରି ଖରାପ ହେବାରେ ଲାଗିଛି। ଏହି ଆଫ୍ରିକୀୟ ଦେଶରେ ମୃଦାସ୍ଫିତି ବୃଦ୍ଧି ପାଇବା ସହ ପୂର୍ବରୁ ହିଁ ବହୁ ସମସ୍ୟାରେ  ଦେଶ ଲଢେଇ ଜାରି ରଖିଛି। ଜୁନ ମାସରେ ଦେଶର ବାର୍ଷିକ ମୂଦ୍ରାସ୍ଫିତି  ବୃଦ୍ଧିପାଇ ୧୯୨%ରେ ପହଞ୍ଚି ଯାଇଥିଲା।  ସ୍ଥିତିରେ ସୁଧାର ଆଣିବାକୁ ରାଷ୍ଟ୍ରପତି ଇମର୍ସନ ମନାଙ୍ଗାଗ୍ବାଙ୍କ ସମ୍ମୁଖରେ ନୂଆ ଚ୍ୟାଲେଞ୍ଜ ଠିଆହୋଇଛି।  

Leave a Reply

Your email address will not be published. Required fields are marked *