ଯୋଡାସାଙ୍କୋ ଭବନରେ କୌଣସି ପରିବର୍ତ୍ତନ ନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ

Spread the love

କୋଲକାତା: କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ, ରବୀନ୍ଦ୍ର ଭାରତୀ ବିଶ୍ବବିଦ୍ୟାଳୟର ଯୋଡାସାଙ୍କୋ ପରିସରରେ ଥିବା ଐତିହାସିକ ଢାଞ୍ଚାରେ କୌଣସି ପରି ବର୍ତ୍ତନ କରାଯିବ ନାହିଁ। ଏହାକୁ ସୁନିଶ୍ଚିତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି।

ଏକ ଜନହିତ ଯାଚିକା ଉପରେ ଦାବି ହୋଇଛି କି, ଯେଉଁ କକ୍ଷରେ ରବୀନ୍ଦ୍ରନାଥ ଟେଗୋର ଓ ବଙ୍କିମଚନ୍ଦ୍ର ଚଯୋପାଧ୍ୟାୟ ପ୍ରଥମ ଥର ଭେଟିଥିଲେ, ସେହି କୋଠରୀକୁ ଏବେ ଏକ ଏସୋସିଏସନର କାର୍ଯ୍ୟାଳୟ ଭାବେ ବ୍ୟବହାର ହେଉଛି। ଏହା ବ୍ୟତୀତ ବିଶ୍ବବିଦ୍ୟାଳୟ ପରିସରରେ ଥିବି କିଛି କୋଠରୀକୁ ନୂଆ ରୂପ ଦିଆଯାଉଛି।

କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ ଓ ନ୍ୟାୟମୂର୍ତ୍ତି ତଥା ଭାରଦ୍ବାଜଙ୍କ ଖଣ୍ଡପୀଠ ରାଜ୍ୟ ସରକାର ତଥା ବିଶ୍ବବିଦ୍ୟାଳୟ ପ୍ରଶାସନକୁ କୁହାଯାଇଛି କି, ବିଶ୍ବବିଦ୍ୟାଳୟ ପରିସରରେ ଥିବା ଐତିହାସିକ ଢାଞ୍ଚା ସହ କୌଣସି ପ୍ରକାରର ପରିବର୍ତ୍ତନ କରା ନ ଯିବାକୁ ସୁନିଶ୍ଚିତ କରାଯାଉ।

ଯାଚିକାକର୍ତ୍ତା ସ୍ବଦେଶ ମଜୁମଦାର କହିଛନ୍ତି କି, ଭବନକୁ ପ୍ରଥମ ଶ୍ରେଣୀର ଐତିହ୍ୟ ମାନ୍ୟତା ମିଳିଥିବା ବେଳେ ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି।

Leave a Reply

Your email address will not be published. Required fields are marked *