କେରଳରେ ବାର୍ଡ ଫ୍ଲୁ ଆତଙ୍କ

Spread the love

ତିରୁବନନ୍ତପୁରମ: କେରଳର କୋଝିକୋଡ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ। ବୁଧବାର ଏକ ସରକାର ପୋଲ୍ଟ୍ରି ଫାର୍ମରେ ସଂକ୍ରମଣରେ ୧୮୦୦ କୁକୁଡାଙ୍‌କ ମୃତ୍ୟୁ ହୋଇଛି। ପରୀକ୍ଷନିରୀକ୍ଷାରୁ ମୃତ କୁକୁଡାଙ୍କଠାରେ ମିଳିଛି ଏଚ5ଏନ1 ଭୂତାଣୁ। ଏହା ଜଣାପଡିବା ପରେ ରାଜ୍ୟ ପଶୁପାଳ ମନ୍ତ୍ରୀ ଚିଞ୍ଚୁ ରାଣୀ  ସମ୍ପୃକ୍ତ ଅଧିକାରୀଙ୍କୁ କେନ୍ଦ୍ର ସରକାରର ଗାଇଡ ଲାଇନ ଓ ପ୍ରାଟୋକଲ ପାଳନ ପୂର୍ବକ ସଂକ୍ରମଣ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋଝିକୋଡ ଜିଲ୍ଲାର ଏକ ପଞ୍ଚାୟତ ପରିଚାଳିତ ସରକାରୀ ପୋଲ୍ଟ୍ରି ଫାର୍ମରେ ୧୮ଶହ କୁକୁଡା ମରିଛନ୍ତି। ପ୍ରାରମ୍ଭିକ ଯାଞ୍ଚରେ ଏହାକୁ ବାର୍ଡଫ୍ଲୁ ସଂକ୍ରମଣ କୁହାଯାଇଥିବା ବେଳେ ଅଧିକ ସ୍ପଷ୍ଟତା ପାଇଁ ଭୋପାଳ ନାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ହାଇ ସିକ୍ୟୁରିଟି ଆନିମଲ ଡିଜିଜ ଲ୍ୟାବକୁ ସାମ୍ପୁଲ ପଠାଯାଇଛି। ଏଥିସହ ସେସବୁକୁ ସୁରକ୍ଷିତ ଫୋତା ଯାଇଛି। ଯେଉଁ ଫାର୍ମରେ କୁକୁଡା ମରିଛନ୍ତି, ସେଠାରେ ୫ହଜାର କୁକୁଡା ଅଛନ୍ତି।

ଏହା ପୂର୍ବରୁ ତିରବନନ୍ତପୁରମ ଜିଲ୍ଲାରେ ବାର୍ଡ ଫ୍ଲୁ ପାଇଁ  ଦୁଇଟି ଗାଁର ପ୍ରାୟ ୩ହଜାର କୁକୁଡାଙ୍କୁ ମରାଯାଇଥିଲା। ଏକ ଘରୋଇ ପୋଲ୍ଟ୍ରି ଫାର୍ମରେ ଏହି ଭୂତାଣୁ ସଂକ୍ରମଣ ଆଶଙ୍କା ଦେଖାଦେବା ପରେ ପଶୁପାଳନ ବିଭାଗ  ନିରାପଦ ପଦକ୍ଷେପ ନେଇଥିଲା।

ସୂଚନାଯୋଗ୍ୟ, ବାର୍ଡ ଫ୍ଲୁ ଏକ ଅତ୍ୟନ୍ତ ସଂକ୍ରାମକ ରୋଗ ଯାହା ଘରୋଇ ଓ ବନ୍ୟ ପକ୍ଷୀଙ୍କୁ ସଂକ୍ରମିତ କରିଥାଏ। ଏହି ସଂକ୍ରମିତ ପକ୍ଷୀଙ୍କ ଦ୍ବାରା ମନୁ୍ଷ୍ୟ ମଧ୍ୟ ସଂକ୍ରମିତ ହୋଇଥାଏ। ତେବେ ଏଥିରେ ମଣିଷଙ୍କ ସଂକ୍ରମଣ ଅତ୍ୟନ୍ତ ନ୍ୟୁନ ରହିଛି । ୧୯୯୬ରେ ଏହି ଭୂତାଣୁର ଚିହ୍ନଟ ହୋଇଥିବା ବେଳେ ୨୦୦୫ରେ ସାରା ବିଶ୍ବ ଦେଖିଥିଲା ଏହାର ପ୍ରଭାବ। ସେହିପରି ୨୦୧୪ରେ ମଧ୍ୟ ଏଚ୫ଏନ୧ ସଂକ୍ରମଣ ପାଇଁ ପ୍ରାୟ ୪ କୋଟି ପକ୍ଷୀଙ୍କୁ ମରାଯାଇଥିଲା।

Leave a Reply

Your email address will not be published. Required fields are marked *