ସୀମା ବିବାଦ: ରାଜନାଥ ସଂସଦରେ ରଖିଲେ ବିବୃତ୍ତି

Spread the love

ନୂଆଦିଲ୍ଲୀ: ଡିସେମ୍ବର ୯ ତାରିଖରେ ଏଲଏସିରେ ଚୀନର ପିଏଲଏ ଓ ଭାରତୀୟ ସେନାଙ୍କ ମଧ୍ୟରେ ଦେଖାଦେଇଥିବା ହାତାହାତି ଉପରେ ମଙ୍ଗଳବାର ସଂସଦରେ ଉତ୍ତର ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଭାରତୀୟ ଯବାନଙ୍କ ବୀରତ୍ବ ପାଇଁ ଚୀନ ସେନା ଏଲଏସିର  ତୱାଙ୍ଗ ଅନ୍ତର୍ଗତ ଯାଙ୍ଗତ୍ସେ ଅଞ୍ଚଳରୁ  ଘଉଡାଇ ଦେଇଥିଲେ। ଉଭୟ ପକ୍ଷରୁ ଯବାନ ଏହି ଆକ୍ରମଣରେ ସାମାନ୍ୟ ଖଣ୍ଡିଆ ଖାବରା ହୋଇଥିବା  ସୂଚନା ଦେଇଛନ୍ତି ରାଜନାଥ ସିଂହ। ସେପଟେ ଏହି ପ୍ରସଙ୍ଗକୁ ନେଇ ନେଇ ବିରୋଧୀର ହଙ୍ଗାମା ପରେ ରାଜ୍ୟସଭାକୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ରାଜ୍ୟସଭାରେ ଚୀନ- ଭାରତ ସେନା ଭିତରେ ହୋଇଥିବା ଗଣ୍ଡଗୋଳ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ରାଜ୍ୟ ସଭାରେ ଉତ୍ତର ରଖିଛନ୍ତି। ସେ କହିଛନ୍ତି କି, ୯ ଡିସେମ୍ବର ୨୦୨୨କୁ ପିଏଲଏର ଏକ ଗୋଷ୍ଠୀ ତୱାଙ୍ଗ ସେକ୍ଟରର ଯାଙ୍ଗତ୍ସେ ଅଞ୍ଚଳରେ ଏଲଏସି  ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଭାରତୀୟ ସେନା ଏହାର ବିରୋଧ କରିଥିଲା। ଫଳରେ କିଛି ସମୟ ପାଇଁ ଉଭୟ ପକ୍ଷ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଉଭୟ ପକ୍ଷରୁ କିଛି ଯବାନ ସାମାନ୍ୟ ଆହତ ହୋଇଛନ୍ତି।  ଭାରତୀୟ ସେନା ବୀରତ୍ବର ସହ ଚୀନ ସୈନିକଙ୍କୁ ସେହି ଅଞ୍ଚଳରୁ ତଡିବାରେ ସକ୍ଷମ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ରାଜନାଥ ସିଂହ।

ସେହିପରି ଭାରତ-ଚୀନ ସେନା ଭିତରେ ହୋଇଥିବା ମୁହାଁମୁହିଁ ପରିସ୍ଥିତି ଉପରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ମଧ୍ୟ ତଥ୍ୟ ରଖିଛନ୍ତି।  ତେବେ ଏଥିରେ ଯବାନ ସାମାନ୍ୟ ଆହତ ହୋଇଛନ୍ତି ଓ କାହାରି ମୃତ୍ୟୁ ହୋଇ ନ ଥିବା କହିଛନ୍ତି ସିଂହ। ସେ ଆହୁରି ଗୃହକୁ ଜଣାଇଛନ୍ତି କି, ଅଧିକାରୀଙ୍କ ହସ୍ତକ୍ଷେପ ପରେ ପିଏଲଏ ସୈନିକ  ସେଠାରୁ ପଳାଇ ଯାଇଥିଲେ। ୧୧ ତାରିଖରେ ଉଭୟ ସେନାର ଅଧିକାରୀଙ୍କ ଭିତରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚୀନ ସେନାକୁ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ କୁହାଯାଇଛି। ଏଥିସହ ଗୃହକୁ ପ୍ରତିରକ୍ଷା ମନ୍ତ୍ରୀ ଆଶ୍ବସ୍ତ କରିଛନ୍ତି କି, ଆମ ସେନା ଭାରତର ଅଖଣ୍ଡତା ପ୍ରତି ପ୍ରତିବଦ୍ଧ ରହିଛି ଓ ଏଥିପ୍ରତି ଆସୁଥିବା କୌଣସି ଚେଷ୍ଟାକୁ ପ୍ରତିହତ କରିବାକୁ ତତ୍ପର ଅଛନ୍ତି। ତେଣୁ ଗୃହ ଭାରତୀୟ ସେନାକୁ ସମର୍ଥନ ଦେବ ଓ ତାର କ୍ଷମତା ତଥା ପରାକ୍ରମକୁ ପ୍ରଶଂସା କରିବ।  

Leave a Reply

Your email address will not be published. Required fields are marked *