ବିମାନରେ ବୋମା ଗୁଜବ ପରେ ଜରୁରୀ ଅବତରଣ

Spread the love

ନୂଆଦିଲ୍ଲୀ: ମସ୍କୋରୁ ଗୋଆ ଆସୁଥିବା ଚାର୍ଟର୍ଡ ବିମାନରେ ବୋମା ହେବାର ସୂଚନା ଖେଳାଇଦେଲା ଆତଙ୍କ। ତେଣୁ ବିମାନକୁ ଜାମନଗରରେ ଜରୁରୀକାଳୀନ ଅବତରଣ କରିବାକୁ ହୋଇଥିଲା। କିନ୍ତୁ ଯାଞ୍ଚ ପୂରା ହେବା ପରେ ବିମାନରୁ ବୋମା ବା ଅନ୍ୟ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନାହିଁ। ଏହା ପରେ ଆଜି ୧୦.୩୦ରୁ ୧୧ଟା ମଧ୍ୟରେ ଜାମନଗରରୁ ବିମାନ ଗୋଆ ଅଭିମୁଖେ ଯାତ୍ରା କରିଥିଲା।

ସୂଚନା ମୁତାବକ, ମସ୍କୋରୁ ଗୋଆ ଅଭିମୁଖେ ଏକ ଚାର୍ଟର୍ଡ ବିମାନ ଉଡାଣ ଭରିବା ପରେ ବିମାନରେ ବୋମା ଥିବା ସୂଚନା ମିଳିଥିଲା। ଏହି ସୂଚନା ପରେ ବିମାନର କ୍ରୁ ମେମ୍ବର ଓ ଯାତ୍ରୀଙ୍କ ମଧ୍ୟରେ ଖେଳିଯାଇଥିଲା ଭୟର ବାତାବରଣ। ଏହା ପରେ ବିମାନକୁ ଗୁଜୁରାଟର ଜାମନଗରରେ ଜରୁରୀ ଅବତରଣ କରାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବିମାନରୁ ବାହାର କରିଦିଆଯାଇଥିଲା। ଏହା ପରେ ବୋମା ନିଷ୍କ୍ରୀୟକାରୀ ଦଳ ଦ୍ବାରା ବିମାନର ଯାଞ୍ଚ କରାଯାଇଥିଲା। କିନ୍ତୁ ଯାଞ୍ଚ ପରେ ଏହା ଏକ ମିଛ ସୂଚନା ଥିବା ଜଣାପଡିଥିଲା।

 ଜାମନଗର ବିମାନ ବନ୍ଦର ନିର୍ଦ୍ଦେଶକ ଏସମ୍ପର୍କରେ ସୂଚନା ଦେଇଥିଲେ କି, ମସ୍କୋ- ଗୋଆ ଚାର୍ଟର୍ଡ ବିମାନର ସମସ୍ତ ୨୪୪ ଯାତ୍ରୀମାନଙ୍କୁ ରାତି ପ୍ରାୟ ୯.୪୯ରେ ବିମାନ ବନ୍ଦରରେ ସୁରକ୍ଷିତ ଓହ୍ଲାଇ ଦିଆଯାଇଥିଲା। ଏହା ବ୍ୟତୀତ ଏନଏସଜି କମାଣ୍ଡୋ ବିମାନ ବନ୍ଦରରେ ପହଞ୍ଚି ଯାଞ୍ଚ କରିଥିଲେ।  ୯ ଘଣ୍ଟା ଧରି ବିମାନ ବନ୍ଦରକୁ ଘେରାବନ୍ଦୀ କରିନିଆଯାଇଥିଲା।  ଯାତ୍ରୀଙ୍କ ସାମଗ୍ରୀ ସହ ବିମାନକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ କମାଣ୍ଡୋ।

ସେପଟେ ଗୋଆ ଏଟିସିକୁ ଚାର୍ଟାର୍ଡ ବିମାନରେ ବୋମ ଥିବାର ସୂଚନା ମିଳିବା ପରେ ଗୋଆ ଅନ୍ତର୍ଜାତୀୟ ବିମାନ ବନ୍ଦରର ବାହାର ସୁରକ୍ଷାକୁ କଡାକଡି କରାଯାଇଥିଲା। ବିମାନର ପଥକୁ ଜାମନଗର ଆଡେ ବଦଳା ଯାଇଥିଲା।

Leave a Reply

Your email address will not be published. Required fields are marked *