ଜାନୁଆରୀ ୩୧ରୁ ବଜେଟ ଅଧିବେଶନ ଆରମ୍ଭ

Spread the love

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହେବାର ସମ୍ଭାବନା ରହିଛି, ଯାହା ମଧ୍ୟବର୍ତ୍ତୀ ବିରତି ସହ ଏପ୍ରିଲ ୬ରେ ଶେଷ ହେବ ବୋଲି ସରକାରୀ ସୂତ୍ରରୁ ସୋମବାର ଜଣାପଡିଛି।

ବଜେଟ ଅଧିବେଶନ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସମ୍ବୋଧନରୁ ଆରମ୍ଭ ହେବ। ସଂସଦର ସେଣ୍ଟ୍ରାଲ ହଲରେ ମହାମହିମ ଉଭୟ ଗୃହକୁ ସମ୍ବୋଧନ କରିବେ। ରାଷ୍ଟ୍ରପତି ପଦରେ ଅଳଙ୍କୃତ ହେବା ପରେ ଉଭୟ ଗୃହକୁ ରାଷ୍ଟ୍ରପତିଙ୍କର ଏହା ପ୍ରଥମ ଅଭିଭାଷଣ ହେବ।  ଏଥିସହ ଅଧିବେଶନର ପ୍ରଥମ ଦିନରେ ଲୋକ ସଭା ଓ ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ  କରାଯିବ ବୋଲି ସୂତ୍ରରୁ ଜଣାପଡିଛି।

ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ସୀତାରମଣ କେନ୍ଦ୍ର ବଜେଟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ସହ ଅଧିବେଶନ ଫେବୃଆରୀ ୧୦ ପର୍ଯ୍ୟନ୍ତ ଚାଲିବ। ଏହା ପରେ ପ୍ରାୟ ଏକ ମାସର ବିରତି ପରେ ମାର୍ଚ୍ଚ ୬ ତାରିଖରୁ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଏପ୍ରିଲ ୬ ତାରିଖରେ ଶେଷ ହେବ। ଏହି ବିରତି କାଳରେ ବିଭିନ୍ନ ମନ୍ତ୍ରୀଙ୍କ ଦ୍ବାରା ଦାବି କରାଯାଇଥିବା ଅନୁଦାନ ଉପରେ ଷ୍ଟାଣ୍ଡିଂ କମିଟି ପରୀକ୍ଷଣ କରିବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *