ପୁଣେ-ସତାରା ହାଇୱେରେ ଓଲଟିଲା ବସ୍ : ୪ ମୃତ, ୨୦ ଯାତ୍ରୀ ଆହତ

Spread the love

ମୁମ୍ବାଇ : ପୁଣେ ଜିଲ୍ଲାର ବରବେ ଗ୍ରାମ ନିକଟରେ ପୁଣେ-ସତାରା ହାଇୱେରେ ରବିବାର ସକାଳେ ୪ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ସହ ଏକ ଯାତ୍ରୀବାହି ବସ୍ ଓଲଟି ପଡିଥିଲା । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ହାଇୱେ ପୋଲିସ ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଇଛି ।

ପୁଣେ ଅଭିମୁଖେ ଆସୁଥିବା ଏକ କଣ୍ଟେନର ପଛରେ ବସ୍ ଟି ଧକ୍କା ଦେଇଥିଲା । ଏହା ପରେ ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ସମୟରେ ଦୁଇଟି ଅନ୍ୟ ଗାଡି ମଧ୍ୟ ସେଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହାଇୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ରେ ଥିବା ସମସ୍ତ ଯାତ୍ରୀଙ୍କକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଇଛି । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଦୁର୍ଘଟଣା ପରେ ପୁଣେ-ସତାରା ହାଇୱେରେ କିଛି ସମୟ ପାଇଁ ରାସ୍ତା ଜାମ୍ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *