ବସ- ଟବେରା ଧକ୍କା, ୧୧ ମୃତ

Spread the love

ଭୋପାଳ: ମଧ୍ୟପ୍ରଦେଶର ବେତୁଲ ପରତବାଡା ମାର୍ଗରେ ବସ ଓ ଟବେରା ମଧ୍ୟରେ ଧକ୍କା। ଧକ୍କାରେ ଟବାରାରେ ଥିବା ସମସ୍ତ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତଦେହକୁ ବାହାର କରି ଦିଆଯାଇଛି। ଏହି ଦୁର୍ଘଟଣା ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତକ ସମସ୍ତ ଶ୍ରମିକ ଶ୍ରେଣୀର।

ବେତୁଲ ପରତବାଡା ମାର୍ଗରେ ଝଲ୍ଲାର ଥାନା ଠାରୁ ପ୍ରାୟ ଏକ କିମି ଦୂରରେ ଗୁଦଗାବ ନିକଟରେ ବସ ଓ ଟବେରା ମୁହାଁମୁହିଁ ଧକ୍କା ହୋଇଥିଲା ଗତକାଲି ବିଳମ୍ବିତ ରାତିରେ। ଟବେରାରେ ଥିବା ସମସ୍ତ ୧୧ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ୭ ଜଣଙ୍କ ମୃତଦେହ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ ବାକି ୪ ଜଣଙ୍କ ମୃତଦେହ ଟବେରା କାଟି ବାହାର କରାଯାଇଥିଲା।

ଅକ୍ଟୋବର ୨୭ ତାରିଖରେ ମଧ୍ୟ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ହଣ୍ଡିୟା ଟୋଲ ପ୍ଲାଜା ନିକଟରେ ଏକ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏକ ଟବେରାରେ କିଛି ଲୋକ ଯାଉଥିବା ବେଳେ କାରଟି ଅନିୟନ୍ତ୍ରିତ ହୋଇ ଯାଇଥିଲା। ଫଳରେ ଏହା ଏକ ବିଦ୍ୟୁତ୍ ଖୁଣ୍ଟରେ ବାଡେଇ ହୋଇଥିଲା। ଏଥିରେ ୪ ଜଣ ମହିଳାଙ୍କ ସମେତ ଜଣେ ଶିଶୁର ମୃତ୍ୟୁ ହୋଇଥିଲା ଓ ୫ ଜଣ ଆହତ ହୋଇଥିଲେ।

ସେହିପରି ୧୪ ଅକ୍ଟୋବରରେ ଲକ୍ଷ୍ନୌର ଗାଜୀପୁର ଯାଇଥିବା ୩୦୪ କିମି ଲମ୍ବା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ସୁଲତାନପୁର ଜିଲ୍ଲା ହଲିୟାପୁର ଥାନା ଅଧୀନରେ ଏକ କାର ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।  

Leave a Reply

Your email address will not be published. Required fields are marked *