ଆଜି ଭାଙ୍ଗିବ ଆଉ ଏକ ପୁରାତନ ନିର୍ମାଣ

Spread the love

ମୁମ୍ବାଇ: ରେଳବାଇ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜା ଟର୍ମିନ୍ସ  ଓ ମସ୍ଜିଦ ବନ୍ଦର ଷ୍ଟେସନ ଲାଇନ ଭିତରେ ଥିବା କାର୍ନେକ ବ୍ରିଜ ଭାଙ୍ଗିବାକୁ ନିଷ୍ପତ୍ତି କରିଛି। ଆଜି ରାତିରେ ଏହାକୁ ଭଙ୍ଗାଯିବାକୁ ଧାର୍ଯ୍ୟ ହୋଇଥିବାରୁ ଆଜି ରାତିରୁ ୨୭ ଘଣ୍ଟା ପର୍ଯ୍ୟନ୍ତ ଏହି ରୁଟକୁ ବ୍ଲକ କରାଯିବ।  ଏହି ରେଳ ବ୍ରିଜଟି ବ୍ରିଟିଶ ସରକାର ଅମଳରେ ନିର୍ମାଣ ହୋଇଥିଲା।

ମଧ୍ୟରେଳବାଇ ଅନୁଯାୟୀ, ଶନିବାର ରାତି ୧୧ଟାରୁ ୨୧ ତାରିଖ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଛତ୍ରପତି ଶିବାଜୀ ମହାରାଜା ଟର୍ମିନ୍ସ  ଓ ମସ୍ଜିଦ ବନ୍ଦର ଷ୍ଟେସନ ଲାଇନକୁ ବ୍ଲକ କରାଯିବ। ଫଳରେ ଏହି ସମୟ ମଧ୍ୟରେ ଉପନଗରୀ ଓ ଏକ୍ସପ୍ରେସ ଟ୍ରେନ ଚଳପ୍ରଚଳ ପ୍ରଭାବିତ ହେବ ଓ ପ୍ରାୟ ୩୫ ଲକ୍ଷ ଯାତ୍ରୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ। ଏହି ବ୍ଲକେଜ ପାଇଁ ମୁମ୍ବାଇ ଉପନଗରୀୟ ନେଟୱର୍କ ଦେଇ ୧୮ଶହ ଟ୍ରେନ ଚଳପ୍ରଚଳ ହୋଇଥାଏ।

କାର୍ନେକ ବ୍ରିଜ ବ୍ରିଟିଶ ଶାସନ କାଳରେ ୧୮୬୬-୬୭ ମଧ୍ୟରେ ନିର୍ମାଣ ହୋଇଥିଲା। ୨୦୧୮ରେ ଏହି ପୁରାତନ ପୋଲକୁ ଆଇଆଇଟି ବମ୍ବେ ଅସୁରକ୍ଷିତ ଘୋଷଣା କରିଥିଲା।  ତେବେ ୨୦୧୪ରୁ ଏହି ଲାଇନ ଦେଇ ଭାରିଯାନ ଆତଯାତକୁ ବନ୍ଦ କରାଯାଇଥି। ପୂର୍ବରୁ ଏହି ପୋଲର ଏକ ବଡ ଅଂଶକୁ ଭାଙ୍ଗିଦିଆଯାଇଥିଲା। ମଧ୍ୟ ରେଳବାଇର ବହୁ ଅଧିକାରୀ ଏହି ପୋଲ ଭାଙ୍ଗିବା ପୂର୍ବରୁ ସ୍ଥିତିର ଯାଞ୍ଚ କରିଛନ୍ତି।    

Leave a Reply

Your email address will not be published. Required fields are marked *