ଜାତି ବିବାଦରେ ୱାନଖେଡେଙ୍କୁ କ୍ଲିନ ଚିଟ

ନୂଆଦିଲ୍ଲୀ: ଏନସିବିର ପୂର୍ବତନ ଜୋନାଲ ଡିରେକ୍ଟର ସମୀର ୱାନଖେଡେଙ୍କ ଜାତିକୁ ନେଇ ଏକ ବର୍ଷର ବିବାଦ ଉପରେ ପଡିଛି ପୂର୍ଣ୍ଣଛେଦ । କାଷ୍ଟ ସ୍କ୍ରୁଟିନ କମିଟି ୱାନଖେଡେଙ୍କୁ ଦେଇଛନ୍ତି କ୍ଲିନ ଚିଟ । ଏହା ପରେ ୱାନଖେଡେ ଦେଇଥିବା ଜାତି ପ୍ରମାଣ ପତ୍ର ବଳବତ୍ତର ରହିଛି । ସ୍କ୍ରୁଟିନ କମିଟି ୯୧ ପୃଷ୍ଠାର ଆଦେଶରେ ୱାନଖେଡେଙ୍କ ଜାତିକୁ ନେଇ ହୋଇଥିବା ଅଭିଯୋଗକୁ ଖାରଜ କରି ଦେଇଛନ୍ତି, ଯେଉଁଥିରେ କୁହାଯାଇଥିଲା କି, ସେ ଜଣେ ମୁସଲମାନ ।
ଯାଞ୍ଚ କମିଟି ନିଜ ଆଦେଶରେ କହିଛନ୍ତି, ସମୀର ୱାନଖେଡେ ଓ ତାଙ୍କ ବାପା ଜ୍ଞାନେଶ୍ୱର ୱାନଖେଡେ ହିନ୍ଦୁ ଧର୍ମ ତ୍ୟାଗ କରି ନାହାନ୍ତି କି ମୁସଲମାନ ଧର୍ମ ଆପଣେଇ ନାହାନ୍ତି । କମିଟି ଆକୁ କହିଛନ୍ତି, ସମୀର ଓ ତାଙ୍କ ପିତା ମହାର-୩୭ ଅନୁସୂଚିତ ଜାତିର ହିନ୍ଦୁ । ଏହା ବ୍ୟତୀତ ଯାଞ୍ଚ କମିଟି ମାନିଛନ୍ତି କି, ମହାରାଷ୍ଟ୍ରର ପୂର୍ବ କ୍ୟାବିନେଟ ମନ୍ତ୍ରୀ ଓ ଏନସିପି ନେତା ନବାବ ମଲିକ, ମନୋଜ ସଂସାରେ, ଅଶୋକ କାମ୍ବଲେ ଓ ସଂଜୟ କାମ୍ବଲେଙ୍କ ପରି ଅଭିଯୋଗକାରୀ ୱାନଖେଡେଙ୍କ ଜାତି ପ୍ରମାଣ ପତ୍ରକୁ ନେଇ କରିଥିବା ଅଭିଯୋଗ ଉପରେ କୌଣସି ପ୍ରମାଣ ଉପସ୍ଥାପିତ କରିପାରି ନାହାନ୍ତି ।
ଏହି ପୂରା ମାମଲା ଗତ ବର୍ଷ ଆସିଥିଲା, ଯେତେବେଳେ ୱାନଖେଡେ ମୁମ୍ବାଇର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋର ପ୍ରମୁଖ ଥିଲେ । ତାଙ୍କ ବିରୋଧରେ ଜାତିକୁ ନେଇ ବିବାଦ ସୃଷ୍ଟି କରାଯାଇଥିଲା, କାରଣ ଯେଉଁ ଯାଞ୍ଚରେ ୱାନଖେଡେ ସମ୍ପୃକ୍ତ ଥିଲେ ସେଥିରେ ମଲିକଙ୍କ ଜ୍ୱାଇଁ ସମୀର ଖାନଙ୍କୁ ଗିରଫ କରାଯାଇଥିଲା । ୨୦୨୧ରେ ଡ୍ରଗ୍ସ କ୍ରୁଜ ମାମଲାରେ ସାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ନାମ ଆସିଥିଲା ଓ ତାଙ୍କୁ ଯାଞ୍ଚକାରୀ ଦଳ ଗିରଫ କରିଥିଲା ।
ମଲିକଙ୍କ ସମେତ ଅନ୍ୟ ଅଭିଯୋଗକାରୀ ଅଭିଯୋଗ ଆଣିଥିଲେ କି, ମହାର ସମୁଦାୟରୁ ଆସିଥିବା ସମୀର ୱାନଖେଡେଙ୍କ ପିତା ହିନ୍ଦୁ ଧର୍ମ ତ୍ୟାଗ କରି ମୁସଲମାନ ହେବା ପରେ ଜଣେ ମୁସଲମାନ ଝିଅ ସହ ନିକାହ କରିଥିଲେ । ସମୀରଙ୍କ ଜନ୍ମ ମୁସଲମାନ ପରିବାରରେ ହୋଇଥିଲା ଓ ସେହି ଧର୍ମର ରିତି ନୀତିରେ ସେ ଜଣେ ମୁସଲମାନ ମହିଳାଙ୍କୁ ବିବାହ କରିଥିଲେ ।
କାଷ୍ଟ ସ୍କ୍ରୁଟିନ କମିଟିର ରିପୋର୍ଟ ପରେ ୱାନଖେଡେ ଟ୍ୱିଟ କରି ସତ୍ୟମେବ ଜୟତେ ଲେଖିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *