ଅବିଭାଗିକୃତ
ପୁଣି ଏମକେସିଜି ମେଡିକାଲର ଖସିଲା ସିଲିଂ

ଗଞ୍ଜାମ: ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଟି ବ୍ଲକରେ ପୁଣି ଖସିଲା ସିଲିଂ। ବ୍ଲକର ତୃତୀୟ ମହଲାରେ ରହିଥିବା ଏଣ୍ଡୋକ୍ରାଇନୋଲଜି ବିଭାଗରେ ସିଲିଂ ଖସିଛି। ଏହି ବିଭାଗରେ ରୋଗୀ ଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ। ତେବେ ଗତକାଲି ମଧ୍ୟ ପଞ୍ଚମ ମହଲାରୁ ସିଲିଂ ଖସିଥିଲା। ଭାଗ୍ୟବସତଃ ରୋଗୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ଏନେଇ ଏମକେସିଜି ମେଡିକାଲରେ ଥିବା ରୋଗୀମାନଙ୍କ ଭୀତରେ ଭୟର ବାତାବରଣ ଖେଳିଯାଇଛି। ତେବେ ମେଡିକାଲରେ ରୋଗୀ କେତେ ସୁରକ୍ଷିତ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।