hospital

  • ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

    ବୌଦ୍ଧ: ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ରେ ଅଗ୍ନିକାଣ୍ଡ। ଔଷଧ ବିତରଣ କେନ୍ଦ୍ରରେ ଲାଗିଲା ନିଆଁ। ନିଆଁକୁ ଆୟତ କରିବାକୁ ଦମକଳ ବାହିନୀର ଉଦ୍ୟମ ଜାରି। ବହୁ ଔଷଧପତ୍ର ପୋଡ଼ି ଯାଇଥିବା ସୂଚନା। ସୂଚନା ଅନୁଯାୟୀ, ବୌଦ୍ଧ ମୁଖ୍ୟ ଚିକିତ୍ସାଳୟର ନିରାମୟ କେନ୍ଦ୍ରର ଗୋଦାମ ଗୃହରୁ ହଠାତ ଧୂଆଁ ବାହାରିବା ଦେଖିଥିଲେ ମେଡିକାଲ କର୍ମଚାରୀ। କବାଟ ଖୋଲି ଦେଖିବାରୁ ନିଆଁ ଗୋଦାମ ଗୃହରେ ନିଆଁ ଜଳୁଛି। ତେବେ ମେଡିକାଲ କର୍ମଚାରୀ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଛନ୍ତି।  ନିରାମୟ କେନ୍ଦ୍ରର ବହୁ ଔଷଧପତ୍ର ପୋଡ଼ି ଯାଇଥିବା ବେଳେ ଔଷଧ ବିତରଣ ବନ୍ଦ ରହିଛି ।

  • ପୁଣି ଏମକେସିଜି ମେଡିକାଲର ଖସିଲା ସିଲିଂ

    ଗଞ୍ଜାମ: ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଟି ବ୍ଲକରେ ପୁଣି ଖସିଲା ସିଲିଂ। ବ୍ଲକର ତୃତୀୟ ମହଲାରେ ରହିଥିବା ଏଣ୍ଡୋକ୍ରାଇନୋଲଜି ବିଭାଗରେ ସିଲିଂ ଖସିଛି। ଏହି ବିଭାଗରେ ରୋଗୀ ଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ। ତେବେ ଗତକାଲି ମଧ୍ୟ ପଞ୍ଚମ ମହଲାରୁ ସିଲିଂ ଖସିଥିଲା। ଭାଗ୍ୟବସତଃ ରୋଗୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ଏନେଇ ଏମକେସିଜି ମେଡିକାଲରେ ଥିବା ରୋଗୀମାନଙ୍କ ଭୀତରେ ଭୟର ବାତାବରଣ ଖେଳିଯାଇଛି। ତେବେ ମେଡିକାଲରେ ରୋଗୀ କେତେ ସୁରକ୍ଷିତ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

  • ସେବା ନା ବ୍ୟବସାୟ : ଜଷ୍ଟିସ ଏନ.ଭି.ରମଣା

    ନୂଆଦିଲ୍ଲୀ: ସେବା ପାଇଁ ହସ୍ପିଟାଲ ନୁହେଁ। ବରଂ ଅଧିକରୁ ଅଧିକ କିଭଳି ଲାଭ ହେବ, ତାକୁ ଫୋକସ୍ କରାଯାଉଛି। ହସ୍ପିଟାଲଗୁଡିକ କମ୍ପାନୀ ଭଳି ଦୌଡ଼ୁଛନ୍ତି। ସ୍ୱାସ୍ଥ୍ୟସେବାକୁ କର୍ପୋରେଟ ଷ୍ଟାଇଲ୍ କରିଦିଆଗଲାଣି। ଆଉ କେହି ନୁହେଁ। ଦେଶର ଅନେକ ଘରୋଇ ଓ କର୍ପୋରେଟ ହସ୍ପିଟାଲର ସ୍ୱାସ୍ଥ୍ୟସେବାକୁ ନେଇ ଏଭଳି କ୍ଷୋଭ ଝାଡ଼ିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣା। ଦିଲ୍ଲୀର ନାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସରେ ଆୟୋଜିତ ଆଇନ ଓ ଔଷଧ ସମ୍ପର୍କିତ କର୍ମଶାଳାର ଉଦଘାଟନ ଅବସରରେ ଏ କଥା କହିଛନ୍ତି ଜଷ୍ଟିସ ରମଣା। ଭାରତରେ କ୍ୱାକ୍ ଙ୍କ ସଂଖ୍ୟା ବଢ଼ିଛି। ଯେତେବେଳେ ସଚେତନତା ନଥିବ, ସେତେବେଳେ କ୍ୱାକ୍ ଙ୍କ ପ୍ରାଦୁର୍ଭାବ ବଢ଼େ। ଭାରତରେ କ୍ୱାକ୍ ଚିକିତ୍ସା ସବୁଠୁ ବଡ଼ ରୋଗ ଯିଏ ବହୁ ମାତ୍ରାରେ କବଳିତ କରିଛି। ଅଧିକାଂଶ ଲୋକ ଏଭଳି ଅନ୍ଧ ଓ ମିଛ ଚିକିତ୍ସା ଉପରେ ନିର୍ଭର କରୁଛନ୍ତି। ବିଶେଷ କରି ଗ୍ରାମାଞ୍ଚଳ ଓ ଦୁର୍ବଳ ବର୍ଗଙ୍କ ଭିତରେ ଗୁଣିଗାରେଡ଼ି, ଚେଙ୍କ ଭଳି ଅନ୍ଧବିଶ୍ୱାସ ଏତେ ମାତ୍ରାରେ ଭରିଛି ଯେ, ଗାଁ ଗାଁରେ ମିଛ ଡାକ୍ତରଙ୍କ ସଂଖ୍ୟା ବି ଏହାକୁ ତାଳ ଦେଇ ବଢ଼ିଚାଲିଛି। ଯେଉଁମାନେ ମିଛ ଡିଗ୍ରୀ ଆଣି ଡାକ୍ତର ସାଜି ଲୋକଙ୍କ ଜୀବନ ସହ ଖେଳୁଛନ୍ତି। ନକଲି ଡାକ୍ତରଙ୍କ ଭଳି ଘରୋଇ ହସ୍ପିଟାଲ ଛତୁ ଫୁଟିଲା ଭଳି ହେଲାଣି ବୋଲି କହିଛନ୍ତି ଜଷ୍ଟିସ ରମଣା। ଅଧିକରୁ ଅଧିକ ଘରୋଇ ହସ୍ପିଟାଲ ହେଉ। ଏହା ମନ୍ଦ ନୁହେଁ। କିନ୍ତୁ ଏଥିରେ କିଛି ବାଲାନ୍ସ ଓ ଚେକମେଟ୍ ବି ରହିବା ଜରୁରୀ। ହସ୍ପିଟାଲଗୁଡ଼ିକ କମ୍ପାନୀ ଭଳି କାମ କରୁଛନ୍ତି। ସେମାନଙ୍କ ଲାଗି ପ୍ରଫିଟ୍ ଅଧିକ ମାଏନା ରଖୁଛି। ରୋଗୀ ସେବା ନୁହେଁ। ଏଥିଲାଗି ତ ହସ୍ପିଟାଲ ଓ ଡାକ୍ତର ଉଭୟ ରୋଗୀର ଦୁର୍ଦ୍ଦଶା କି ଆର୍ଥିକ ପରିସ୍ଥିତି ପ୍ରତି ଏତେଟା ସମ୍ୱେଦନଶୀଳ ହୋଇନଥାଆନ୍ତି। ସେମାନଙ୍କ ଲାଗି ରୋଗୀ କେବଳ ନମ୍ୱର। ଏହି ଟ୍ରେଣ୍ଡ୍ ମନମୁଖୀ ଓ ଲାଭଖୋର ମନୋଭାବକୁ ପ୍ରଶ୍ରୟ ଦେବାରେ ସହାୟକ ହେଉଛି, ଯାହାକି ବିଡ଼ମ୍ୱନା ବୋଲି କହିଛନ୍ତି ପ୍ରଧାନ ବିଚାରପତି। ସବୁଠୁ ହୃଦୟ ବିଦାରକ କଥା ହେଉଛି କି, ଅର୍ଥ ଲାଗି ଶବ ବି ବନ୍ଧା ପଡ଼ୁଛି ହସ୍ପିଟାଲରେ। ବାରମ୍ୱାର ନେହୁରା ସତ୍ତ୍ୱେ ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଉନାହାନ୍ତି ଅନେକ ହସ୍ପିଟାଲ୍। କୋଭିଡ୍ ସମୟରେ ଡାକ୍ତରଙ୍କୁ ଅନେକ ସ୍ଥାନରେ ଆକ୍ରମଣ ଘଟଣା ନିନ୍ଦନୀୟ ବୋଲି କହିଛନ୍ତି ଜଷ୍ଟିସ ରମଣା। ଡାକ୍ତରଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଜରୁରୀ। କାମ କରିବାକୁ ଅନୁକୂଳ ପରିବେଶ ଓ ସକରାତ୍ମକ ଭିତ୍ତିଭୂମି ଯୋଗାଇବା ଜରୁରୀ।

    ପ୍ରଦୀପ ନାୟକଙ୍କ ରିପୋର୍ଟ

  • ହସ୍ପିଟାଲରେ ନିଆଁ: ଜଳିଗଲେ ୧୦

    ଭୋପାଲ: ମଧ୍ୟପ୍ରଦେଶର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଛି।  ଜବଲପୁର ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ସୋମବାର ଦିନ ନିଆଁ ଲାଗିଯାଇଥିଲା। ହସ୍ପିଟାଲର ମୁଖ୍ୟଦ୍ବାର ନିକଟରେ ନିଆଁ ଲାଗିବାରୁ ସେଠାରେ ଥିବା ବହୁ ରୋଗୀ ଗୁରୁତର ଭାବେ ପୋଡି ଯାଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନଙ୍କ ଚିହ୍ନଟ ସମ୍ଭବ ହୋଇପାରି ନାହିଁ।

    ଜବଲପୁରର ନ୍ୟୁ ଲାଇଫ ହସ୍ପିଟାଲ ନାମକ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଲାଗିଯାଇଥିଲା ନିଆଁ। ଏହି ନିଆଁରେ ବହୁ ରୋଗୀ ଗୁରୁତର ଭାବେ ପୋଡି ଯାଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ସମ୍ପୂର୍ଣ୍ଣ ପୋଡିଯାଇଥିବାରୁ ସେମାନଙ୍କୁ ଚିହ୍ନିବା ସମ୍ଭବ ହୋଇପାରୁ ନାହିଁ। ଜବଲପୁରର ଗେହାଲପୁର ଥାନା ଅଧୀନରେ ଥିବା ନ୍ୟୁ ଲାଇଫ ହସ୍ପିଟାଲର ଆଇସିୟୁରେ ସୋମବାର ଅପରାହ୍ନରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ସଙ୍ଗେସଙ୍ଗେ  ଅଗ୍ନଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଥିଲେ। ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି କି, ମୃତକଙ୍କ ମଧ୍ୟରେ ୩ ଜଣ ହସ୍ପିଟାଲ କର୍ମଚାରୀ ରହିଛନ୍ତି। ସର୍ଟ ସର୍କିଟ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

  • ଦେଶର ଶ୍ରେଷ୍ଠ ୨୦ ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର

    ଦେଶର ଶ୍ରେଷ୍ଟ ୨୦ ମେଡିକାଲ କଲେଜ ମଧ୍ୟ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର । ଇଣ୍ଡିଆ ଟୁଡେ ସର୍ଭେ ରେ ୨୦ ତମ ସ୍ଥାନ ହାସଲ କରିଛି ଏମ୍ସ । ୨୦୦୦ ମସିହା କିମ୍ଭା ପରେ ସ୍ଥାପିତ ହୋଇଥିବା ଉଦୀୟମାନ କଲେଜ ମାନଙ୍କ ମଧ୍ୟ୍ୟରେ ଦ୍ଵିତୀୟ ଶ୍ରେଷ୍ଠ । ଗତ ବର୍ଷ ୨୫ ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଏଥିରେ ଅଗ୍ରଗତି ହୋଇଛି । ଇଣ୍ଡିଆ ଟୁଡେ ସର୍ଭେ ୨୦୨୨ ମେଡିକାଲ ବର୍ଗରେ ଏମ୍ସ ଭୁବନେଶ୍ୱର କୁ ୨୦ ତମ ସ୍ଥାନ ମିଳିଛି । ଗତ ବର୍ଷ ତୁଳନାରେ ଏହା ଏକ ବିରାଟ ଉପଲବ୍ଧି । ଇଣ୍ଟେକ କ୍ବାଲିଟି ଆଣ୍ଡ ଗର୍ଭନାନସ୍ , ଏକାଡେମୀ ଉତ୍କର୍ଷତା , ଭିତ୍ତିଭୁମି ଏବଂ ଅଭିଜ୍ଞତା , ବ୍ୟକ୍ତିତ୍ବ , ଏବଂ ନେତ୍ତୃତ ବିକାଶ , ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଭଳି ୫ ଟି ପାରାମିଟର ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜ ଗୁଡିକ ନେଇ ଏହି ସର୍ଭେ କରାଯାଇଥିଲା । ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସମ୍ମାନଜନକ ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନସି ମାର୍କେଟିଙ୍ଗ୍ ଆଣ୍ଡ ଡେଭେଲପମେଣ୍ଟ ରିର୍ସର୍ଟ୍ଟ ଆସୋସିଏଟସ୍ ( ଏମଡିଆରଏ) ସହିତ ମିଳିତ ଭାବରେ କରାଯାଇଛି । ରୋଗୀ ସେବା ପ୍ରତି ବିସୃତ ଆଭିମୁଖ୍ୟ ତଥା ଡାକ୍ତରୀ ଛାତ୍ର ମାନଙ୍କ ଗବେଷଣା ତଥା ସାମଗ୍ରିକ ବିକାଶ ହେତୁ ଚଳିତ ବର୍ଷ ଏମ୍ସ ଭୁବନେଶ୍ୱର ଏପରକି ମାନ୍ୟତା ହାସଲ କିରଛି । ଭୁବନେଶ୍ୱରଦେଶର ଶ୍ରେଷ୍ଟ ୨୦ ମେଡିକାଲ କଲେଜ ମଧ୍ୟ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର । ଇଣ୍ଡିଆ ଟୁଡେ ସର୍ଭେ ରେ ୨୦ ତମ ସ୍ଥାନ ହାସଲ କରିଛି ଏମ୍ସ । ୨୦୦୦ ମସିହା କିମ୍ଭା ପରେ ସ୍ଥାପିତ ହୋଇଥିବା ଉଦୀୟମାନ କଲେଜ ମାନଙ୍କ ମଧ୍ୟ୍ୟରେ ଦ୍ଵିତୀୟ ଶ୍ରେଷ୍ଠ । ଗତ ବର୍ଷ ୨୫ ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଏଥିରେ ଅଗ୍ରଗତି ହୋଇଛି । ଇଣ୍ଡିଆ ଟୁଡେ ସର୍ଭେ ୨୦୨୨ ମେଡିକାଲ ବର୍ଗରେ ଏମ୍ସ ଭୁବନେଶ୍ୱର କୁ ୨୦ ତମ ସ୍ଥାନ ମିଳିଛି । ଗତ ବର୍ଷ ତୁଳନାରେ ଏହା ଏକ ବିରାଟ ଉପଲବ୍ଧି । ଇଣ୍ଟେକ କ୍ବାଲିଟି ଆଣ୍ଡ ଗର୍ଭନାନସ୍ , ଏକାଡେମୀ ଉତ୍କର୍ଷତା , ଭିତ୍ତିଭୁମି ଏବଂ ଅଭିଜ୍ଞତା , ବ୍ୟକ୍ତିତ୍ବ , ଏବଂ ନେତ୍ତୃତ ବିକାଶ , ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଭଳି ୫ ଟି ପାରାମିଟର ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜ ଗୁଡିକ ନେଇ ଏହି ସର୍ଭେ କରାଯାଇଥିଲା । ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସମ୍ମାନଜନକ ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନସି ମାର୍କେଟିଙ୍ଗ୍ ଆଣ୍ଡ ଡେଭେଲପମେଣ୍ଟ ରିର୍ସର୍ଟ୍ଟ ଆସୋସିଏଟସ୍ ( ଏମଡିଆରଏ) ସହିତ ମିଳିତ ଭାବରେ କରାଯାଇଛି । ରୋଗୀ ସେବା ପ୍ରତି ବିସୃତ ଆଭିମୁଖ୍ୟ ତଥା ଡାକ୍ତରୀ ଛାତ୍ର ମାନଙ୍କ ଗବେଷଣା ତଥା ସାମଗ୍ରିକ ବିକାଶ ହେତୁ ଚଳିତ ବର୍ଷ ଏମ୍ସ ଭୁବନେଶ୍ୱର ଏପରକି ମାନ୍ୟତା ହାସଲ କିରଛି । ଭୁବନେଶ୍ୱରଦେଶର ଶ୍ରେଷ୍ଟ ୨୦ ମେଡିକାଲ କଲେଜ ମଧ୍ୟ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର । ଇଣ୍ଡିଆ ଟୁଡେ ସର୍ଭେ ରେ ୨୦ ତମ ସ୍ଥାନ ହାସଲ କରିଛି ଏମ୍ସ । ୨୦୦୦ ମସିହା କିମ୍ଭା ପରେ ସ୍ଥାପିତ ହୋଇଥିବା ଉଦୀୟମାନ କଲେଜ ମାନଙ୍କ ମଧ୍ୟ୍ୟରେ ଦ୍ଵିତୀୟ ଶ୍ରେଷ୍ଠ । ଗତ ବର୍ଷ ୨୫ ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଏଥିରେ ଅଗ୍ରଗତି ହୋଇଛି । ଇଣ୍ଡିଆ ଟୁଡେ ସର୍ଭେ ୨୦୨୨ ମେଡିକାଲ ବର୍ଗରେ ଏମ୍ସ ଭୁବନେଶ୍ୱର କୁ ୨୦ ତମ ସ୍ଥାନ ମିଳିଛି । ଗତ ବର୍ଷ ତୁଳନାରେ ଏହା ଏକ ବିରାଟ ଉପଲବ୍ଧି । ଇଣ୍ଟେକ କ୍ବାଲିଟି ଆଣ୍ଡ ଗର୍ଭନାନସ୍ , ଏକାଡେମୀ ଉତ୍କର୍ଷତା , ଭିତ୍ତିଭୁମି ଏବଂ ଅଭିଜ୍ଞତା , ବ୍ୟକ୍ତିତ୍ବ , ଏବଂ ନେତ୍ତୃତ ବିକାଶ , ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଭଳି ୫ ଟି ପାରାମିଟର ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜ ଗୁଡିକ ନେଇ ଏହି ସର୍ଭେ କରାଯାଇଥିଲା । ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସମ୍ମାନଜନକ ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନସି ମାର୍କେଟିଙ୍ଗ୍ ଆଣ୍ଡ ଡେଭେଲପମେଣ୍ଟ ରିର୍ସର୍ଟ୍ଟ ଆସୋସିଏଟସ୍ ( ଏମଡିଆରଏ) ସହିତ ମିଳିତ ଭାବରେ କରାଯାଇଛି । ରୋଗୀ ସେବା ପ୍ରତି ବିସୃତ ଆଭିମୁଖ୍ୟ ତଥା ଡାକ୍ତରୀ ଛାତ୍ର ମାନଙ୍କ ଗବେଷଣା ତଥା ସାମଗ୍ରିକ ବିକାଶ ହେତୁ ଚଳିତ ବର୍ଷ ଏମ୍ସ ଭୁବନେଶ୍ୱର ଏପରକି ମାନ୍ୟତା ହାସଲ କିରଛି । ଭୁବନେଶ୍ୱରଦେଶର ଶ୍ରେଷ୍ଟ ୨୦ ମେଡିକାଲ କଲେଜ ମଧ୍ୟ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର । ଇଣ୍ଡିଆ ଟୁଡେ ସର୍ଭେ ରେ ୨୦ ତମ ସ୍ଥାନ ହାସଲ କରିଛି ଏମ୍ସ । ୨୦୦୦ ମସିହା କିମ୍ଭା ପରେ ସ୍ଥାପିତ ହୋଇଥିବା ଉଦୀୟମାନ କଲେଜ ମାନଙ୍କ ମଧ୍ୟ୍ୟରେ ଦ୍ଵିତୀୟ ଶ୍ରେଷ୍ଠ । ଗତ ବର୍ଷ ୨୫ ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଏଥିରେ ଅଗ୍ରଗତି ହୋଇଛି । ଇଣ୍ଡିଆ ଟୁଡେ ସର୍ଭେ ୨୦୨୨ ମେଡିକାଲ ବର୍ଗରେ ଏମ୍ସ ଭୁବନେଶ୍ୱର କୁ ୨୦ ତମ ସ୍ଥାନ ମିଳିଛି । ଗତ ବର୍ଷ ତୁଳନାରେ ଏହା ଏକ ବିରାଟ ଉପଲବ୍ଧି । ଇଣ୍ଟେକ କ୍ବାଲିଟି ଆଣ୍ଡ ଗର୍ଭନାନସ୍ , ଏକାଡେମୀ ଉତ୍କର୍ଷତା , ଭିତ୍ତିଭୁମି ଏବଂ ଅଭିଜ୍ଞତା , ବ୍ୟକ୍ତିତ୍ବ , ଏବଂ ନେତ୍ତୃତ ବିକାଶ , ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଭଳି ୫ ଟି ପାରାମିଟର ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜ ଗୁଡିକ ନେଇ ଏହି ସର୍ଭେ କରାଯାଇଥିଲା । ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସମ୍ମାନଜନକ ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନସି ମାର୍କେଟିଙ୍ଗ୍ ଆଣ୍ଡ ଡେଭେଲପମେଣ୍ଟ ରିର୍ସର୍ଟ୍ଟ ଆସୋସିଏଟସ୍ ( ଏମଡିଆରଏ) ସହିତ ମିଳିତ ଭାବରେ କରାଯାଇଛି । ରୋଗୀ ସେବା ପ୍ରତି ବିସୃତ ଆଭିମୁଖ୍ୟ ତଥା ଡାକ୍ତରୀ ଛାତ୍ର ମାନଙ୍କ ଗବେଷଣା ତଥା ସାମଗ୍ରିକ ବିକାଶ ହେତୁ ଚଳିତ ବର୍ଷ ଏମ୍ସ ଭୁବନେଶ୍ୱର ଏପରକି ମାନ୍ୟତା ହାସଲ କିରଛି ।

    ସେହିଭଳି ୨୦୦୦ ମସିହା କିମ୍ଭା ତା ପରେ ସ୍ଥାପିତ ୧୦ ଟି ଶ୍ରେଷ୍ଟ ଉଦୀୟମାନ ବା ସର୍ଭାଧିକ ସ୍କୋରିଙ୍ଗ କଲେଜ ମଧ୍ୟ୍ୟରେ ଏମ୍ସ କୁ ଦିତ୍ବୟ ମାନ୍ୟତା ମିଳିଛି । ଏଥି ସହ ସର୍ବନିମ୍ନ ଫି ନେଉଥିବା କଲେଜ ଭାବରେ ଏମ୍ସ କୁ ଚତୁର୍ଥ ସ୍ଥାନ ମିଳିଛି । ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ମୁକେଶ ତ୍ରୀପାଠୀ ଏଭଲି ସପଳତାଲେ ଖୁସି ବ୍ୟକ୍ତ କରିବା ସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗବେଷଣା ଏବଂ ଆଧୁନିକ ଅନୁସନ୍ଧାନ ପଦ୍ଧତି ସହ ଲୋକ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରତିବଦ୍ଧ । ସାମଗ୍ରିକ ବିକାଶ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଗତ ବର୍ଷ ମଧ୍ୟ୍ୟ ଏମ୍ସ କୁ ଉତ୍ତମ ପ୍ରତିଷ୍ଟାନ ଭାବରେ ଠିଆ ହୋଇଛି । ଏମ୍ସ ପ୍ରଥମ ଦଶନ୍ଧିରେ ଅନେକ ପ୍ରଶଂସା ପାଇଛି । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଞ୍ଚଳିକ ଅସନ୍ତୁଳନ ଦୁର କରିବା ପାଇଁ ପୁର୍ବତନ ପ୍ରଧାନମନ୍ତ୍ରୀ ଅଟ୍ଟଲ ବିହାରୀ ବାଜପେୟୀ ଙ୍କ ପରିକଳ୍ପନା କୁ ବାସ୍ତବରେ ପିରଣତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

    • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାହୁଲ

    ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲେ ରାହୁଲ। ୪ ଦିନର ମେଗା ରେସ୍କ୍ୟୁ ଅଭିଯାନର ସଫଳତା ପରେ ରାହୁଲ ବୋରୱେଲରୁ ଉଦ୍ଧାର ପାଇଥିଲେ ମଧ୍ୟ ବିଳାସପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ଘରକୁ ଫେରିଛନ୍ତି। ରାହୁଲ ମୁହଁରେ ହସର ଝଲକରେ ସାରା ଦେଶ ବିଭୋର ହୋଇଛି।

    ଛତିଶଗଡର ରାହୁଲଙ୍କ ହସରେ ମତୁଆଲା  ସାରା ଭାରତ। ବୋରୱେଲ ଭିତରେ ୧୦ ବର୍ଷର ରାହୁଲ ସାହୁର ୧୧୦ ଘଣ୍ଟାରୁ ଅଧିକ ସମୟର ସଂଘର୍ଷ ପରେ ଉଦ୍ଧାର ସମ୍ଭବ ହୋଇଥିଲା। ଉଦ୍ଧାର ସମୟରେ ରାହୁଲଙ୍କ ସ୍ଥିତି ଗମ୍ଭୀର ଥିଲା। ତେଣୁ ତାଙ୍କୁ ସଙ୍ଗେସଙ୍ଗେ ବିଳାଶପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୯ ଦିନର ଚିକିତ୍ସା ପରେ ଏବେ ରାହୁଲ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଚଲାବୁଲା କରୁଛନ୍ତି। ହସ୍ପିଟାଲର ଏହି ରିପୋର୍ଟ ପରେ ଶନିବାର ହସ୍ପିଟାଲରୁ ଘରକୁ ଯାଇଛନ୍ତି ରାହୁଲ।

    ସେ ଘରକୁ ଯିବା ପାଇଁ ବିଲାଶପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିଲା ବ୍ୟାପକ ବ୍ୟବସ୍ଥା। ତାଙ୍କୁ ନେବାକୁ ଜିଲ୍ଲାପାଳଙ୍କ ସହ ଏସପି ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ଅଧିକାରୀମାନେ ରାହୁଲଙ୍କୁ ଦେଖି ଖୁସି ବ୍ୟକ୍ତ କରିବା ସହ ହସ୍ପିଟାଲ କତ୍ତୃପକ୍ଷଙ୍କ ପରିଶ୍ରମର କରିଛନ୍ତି ଭୁରି ଭୁରି ପ୍ରଶଂସା।  ରାହୁଲ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ବେଳେ ରାଜ୍ୟର ବହୁ ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଭିଡ ଦେଖିବାକୁ ମିଳିଛି। ସମସ୍ତେ ରାହୁଲଙ୍କୁ ହାତ ହଲାଇ ଦେଇଛନ୍ତି ବିଦାୟ।

    ଛତିଶଗଡର ଜାଞ୍ଜଗିର-ଚାମ୍ପା ଜିଲ୍ଲାର ପିହରିଦ ଗାଁର ୧୦ ବର୍ଷର ରାହୁଲ ଜୁନ ୧୦ ତାରିଖ ମଧ୍ୟାହ୍ନରେ ନିଜ ଘର ପଛପଟେ ଖେଳୁ ଥିବା ବେଳେ ବାଡିପଟେ ଥିବା ବୋରୱେଲ ଭିତରେ ଖସି ପଡିଥିଲେ। ଏହି ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ। ଜିଲ୍ଲାପାଳ ଜିତେନ୍ଦ୍ର  ଶୁକ୍ଳାଙ୍କ ନେତୃତ୍ବରେ ଏନଡିଆରଏଫ, ଏସଡିଆରଏଫ ଟିମ ୮୦ ଫୁଟ ତଳେ ପଡିଥିବା ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ।

    କିନ୍ତୁ ସେହି ସ୍ଥାନଟି ପଥୁରିଆ ଅଞ୍ଚଳ ହୋଇଥିବାରୁ ଖନନ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ପରେ ସେନା ଏହି କାର୍ଯ୍ୟରେ ସାମିଲ ହେବା ସହ ସାଉଥ ଇଷ୍ଟର୍ନ କୋଲଫିଲ୍ଡସ୍‌ ଲିମିଟେଡର ବିଶେଷଜ୍ଞମାନେ ମଧ୍ୟ ସାମିଲ ହୋଇଥିଲା। ୪ ଦିନ ଧରି ଅହର୍ନିଶି ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିଲା। ଉଦ୍ଧାର ପାଇଁ ବୋରୱେଲ ନିକଟରେ ସମାନ୍ତରାଳ ଭାବେ ଗର୍ତ୍ତ ଖୋଳା ଯାଇଥିଲା। ବହୁ ପରିଶ୍ରମ ପରେ ଜୁନ ୧୫ ତାରିଖ ରାତି ୧୧ଟା ୪୫ରେ ରାହୁଲଙ୍କୁ ଗର୍ତ୍ତରୁ ଉଦ୍ଧାର କରିବା ସମ୍ଭବ ହୋଇଥିଲା।

    ଉଦ୍ଧାର ପୂର୍ବରୁ ସେଠାରେ ଆମ୍ବୁଲାନ୍ସ ଓ ଡାକ୍ତରୀ ଦଳ ମହଜୁଦ ହୋଇ ରହିଥିଲେ।  ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲା। ରାହୁଲଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ପାଇଥିଲେ, ତାଙ୍କ ଶରୀରରେ ହୋଇଥିବା କ୍ଷତରେ ଭୟଙ୍କର ବ୍ୟାକ୍ଟେରିଆ ଇନଫେକ୍ସନ। ରାହୁଲଙ୍କୁ ୪ ଦିନ ଲାଗି ୮୦ ଫୁଟ ତଳୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ଜୀବନକୁ ନେଇ ଉଠିଥିଲା ପ୍ରଶ୍ନବାଚୀ। କିନ୍ତୁ ହାରି ନ ଥିଲେ ଡାକ୍ତରୀ ଦଳ। ଦିନ ରାତି ରାହୁଲଙ୍କ ଚିକିତ୍ସା କରି ବଞ୍ଚାଇଥିଲେ ତାଙ୍କ ଜୀବନ। ରାହୁଲଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ଟିକନିକ ରିପୋର୍ଟ ଦେଉଥିଲେ ଡାକ୍ତରୀ ଦଳ।

    ଉଦ୍ଧାର କାର୍ଯ୍ୟର ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ହସ୍ପିଟାଲ ଖର୍ଚ୍ଚ, ରାହୁଲଙ୍କ ଶିକ୍ଷା, ଦିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ନେଇ କରିଥିଲେ ଘୋଷଣା। ରାହୁଲଙ୍କ ଉଦ୍ଧାରରେ ପରୋକ୍ଷରେ ସାମିଲ ହୋଇଥିଲା ସାରା ଦେଶ।

Back to top button