ଇନକୋଭାକର ମୂଲ୍ୟ ନିର୍ଦ୍ଧାରଣ କଲା କେନ୍ଦ୍ର

Spread the love

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟି ରଖି ଆଜିଠାରୁ ସମସ୍ତ ହସ୍ପିଟାଲରେ ମକଡ୍ରିଲ ହୋଇଥିବା ବେଳେ ବୁଷ୍ଟର ଡୋଜ ନେଇ ନ ଥିବା ନାଗରିକଙ୍କୁ ଏହି ଡୋଜ ନେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପଟେ, ନାଜାଲ ଭ୍ୟାକସିନକୁ ମିଳିଛି ଅନୁମତି। ଏହି ଭ୍ୟାକ୍ସିନକୁ ଘରୋଇ ହସ୍ପିଟାଲରେ ଦେବାକୁ ଅନୁମତି ରହିଛି।

ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍‌ସିନ୍ ଇନ୍‌କୋଭାକ୍‌କୁ ମିଳିଛି ଅନୁମତି। ଫଳରେ ଏଣିକି ଆଉ କରୋନା ଟୀକା ନେବାକୁ ଛୁଞ୍ଚି ଫୁଟାଇବାକୁ ପଡିବ ନାହିଁ। ତେବେ ଏହାର ଦର କେତେ ରହିବ ତାହାକୁ ଚର୍ଚ୍ଚା ଲାଗି ରହିଛି।  ଆଜି ସରକାର ଏହାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି।

ଏହାର ମୂଲ୍ୟ ୮୦୦ ଟଙ୍କା ରହିଛି। ଏହା ଉପରେ ୫ ପ୍ରତିଶତ ଜିଏସଟି ହେବା ଫଳରେ ଏହା ୧୦୦୦ଟଙ୍କା ହେବ। କୋୱିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍‌ସିନ୍ ଉପଲବ୍ଧ ହେବ। ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ। ଇନକୋଭାକର ୨ ବୁନ୍ଦା ନାକରେ ପକାଯିବ।

Leave a Reply

Your email address will not be published. Required fields are marked *