ଦେଶବ୍ୟାପୀ ଚାଲିଛି ମକ ଡି୍ରଲ

Spread the love

ନୂଆଦିଲ୍ଲୀ: ବିଶ୍ବରେ ମହାମାରୀ କରୋନା ସଂକ୍ରମଣ ଭୟ ସୃଷ୍ଟି କରିଛି। ତେଣୁ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ନିର୍ଦ୍ଦେଶକ୍ରମେ କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ସେପଟେ ଗୋଟିଏ ଦିନରେ ଦିଲ୍ଲୀ ଏୟାର ପୋର୍ଟରେ ମିଆମାର ଫେରନ୍ତା ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଦେଶରେ କୋଭିଡ ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛି। ଆଜି ଦେଶବ୍ୟାପୀ ସମସ୍ତ କୋଭିଡ ହସ୍ପିଟାଲରେ ମକଡ୍ରିଲ କରାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ସଂକ୍ରମଣକୁ ମାତ ଦେବାକୁ ଦେଶବାସୀଙ୍କୁ ସତର୍କ ରହିବାକୁ ଅପିଲ କରିଛନ୍ତି।

ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଆଉ ଏକ ଲହର ଆଶଙ୍କାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରସ୍ତୁତି ଓ ସୁବିଧା ଉପରେ ସମୀକ୍ଷା କରାଯାଇଛି।

ସେପଟେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି କି, ଆମେ କରୋନା ମୁକାବିଲା ପାଇଁ କେତେ ପ୍ରସ୍ତୁତ ତାହା ଜାଣିବାକୁ ଆଜି ମଡ ଡ୍ରିଲ କରିଛୁ। ଦେଶରେ ଆବଶ୍ୟକତାଠୁ ଅଧିକ ଅକ୍ସିଜେନ ମହଜୁଦ ହୋଇ ରହିଛି। ଆମକୁ ସମସ୍ତ ବିଷୟ ପ୍ରତି ଧ୍ୟାନ ରଖିବା ସହ ସମସ୍ତ ଉପକରଣକୁ ପ୍ରସ୍ତୁତ ରଖିବାକୁ ହେବ ବୋଲି କହିଛନ୍ତି ମହାପାତ୍ର।

ସେହିପରି ଜମ୍ମୁର  ଗାନ୍ଧୀ ନଗର ହସ୍ପିଟାଲ ଓ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ମକଡି୍ରଲ କରାଯାଇଛି। ଆଜିର ମକଡି୍ରଲର ଯାଞ୍ଚ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ନିଜେ ସଫଦରଜଂ ହସ୍ପିଟାଲରେ ପହଞ୍ଚିଥିବା ବେଳେ ତାମିଲ ନାଡୁ ସ୍ବାସ୍ଥ୍ୟ ମନ୍ତ୍ରୀ ସୁବ୍ରମଣ୍ୟନ ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଡି୍ରଲ ସମୀକ୍ଷା କରିଛନ୍ତି।

ସୂଚନା ଯୋଗ୍ୟ, ସୋମବାର ଦିନ ମିଆମାରରୁ ଆସୁଥିବା ୪ ଜଣ ଅନ୍ତର୍ଜାତୀୟ ପର୍ଯ୍ୟଟକ ଦିଲ୍ଲୀ ଏୟାର ପୋର୍ଟରେ ଟେଷ୍ଟିଂରୁ ସଂକ୍ରମିତ ଥିବା ଜଣାପଡିଥିଲା। ସେମାନଙ୍‌କୁ ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ସେମାନଙ୍କ ନମୁନାର ଜେନମ ସିକ୍ୟୁନ୍ସିଂ ପାଇଁ ପଠା ଯାଇଥିବା ସୂତ୍ର ପକ୍ଷରୁ ସୂଚନା ରହିଛି।

Leave a Reply

Your email address will not be published. Required fields are marked *