ଆଦିବାସୀ ପ୍ରସଙ୍ଗରେ ରାଜ୍ୟକୁ କେନ୍ଦ୍ରର ପରାମର୍ଶ

Spread the love

() ଆଦିବାସୀଙ୍କୁ ନେଇ ପୁଣି ରାଜ୍ୟ କେନ୍ଦ୍ର ମୁହାଁମୁହିଁ। ପୁଣି ଆଦିବାସୀ ପ୍ରସଙ୍ଗରେ ଉଭୟ ସରକାର ମଧ୍ୟରେ ଟଣାଓଟରା। Pvtg ଗ୍ରୁପ କୁ ଆଦିବାସୀ ମାନ୍ୟତା ଦେବାକୁ ବିଜେଡିର ଦାବି ଉପରେ ପାଲଟା ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଉର୍ଜୁନ ମୁଣ୍ଡା । ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାରର ମିଛ ବାହାନା କହି ବର୍ଷିଛନ୍ତି ମୁଣ୍ଡା।

ଅର୍ଜ୍ଜୁନ ମୁଣ୍ଡା କହିଛନ୍ତି, ସରକାରୀ ଦଳର ନେତାମାନେ ଆଦିବସୀ ଅନେକ ବୟାନବାଜି କରୁଛନ୍ତି । କିନ୍ତୁ ଏହା ରାଜନୈତିକ ପ୍ରସଙ୍ଗ ନୁହେଁ ସମ୍ବିଧାନିକ ପ୍ରସଙ୍ଗ । ରାଜ୍ୟ ସରକାର ଯେଉଁ ପ୍ରସ୍ତାଵ ଦେଇଥିଲେ ସେଥିରେ କଣ ଲେଖିଥିଲେ ସେ ବିଷୟରେ ପଚାରିବାରୁ ସରକାର ତାହାର ଉତ୍ତର ଦେଇ ପାରିଲେନି । ତେଣୁ ଏହା ଉପରେ ଅଧିକ ଅନୁଶୀଳନ କରି ରାଜ୍ୟ ସରକାର ନୂଆ ପ୍ରଣାଳୀରେ ଅନୁଧ୍ୟାନ ରିପୋର୍ଟ ପଠାଇବାକୁ ରାଜ୍ୟସରକାରକୁ କହିଛନ୍ତି ମନ୍ତ୍ରୀ । ତେଣୁ ଏଥିପାଇଁ ରହିଥିବା ସାମ୍ବାଧାନିକ ପ୍ରକ୍ରିୟାର ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

ଏଠାରେ ସୂଚନାଯୋଗ୍ୟ କି, ଦେଶରେ 75 ଟି pvtg ଗୃପ ରହିଛନ୍ତି।

Leave a Reply

Your email address will not be published. Required fields are marked *