୨ ନାମିବିଆ ଚିତାଙ୍କ ଭାରତରେ ପ୍ରଥମ ଶୀକାର

Spread the love

ଭୋପାଳ: ନାମିବିଆରୁ ଆସିଥିବା ଚିତା ଭାରତ ସହ ଖାପ ଖୁଆଇ ନେଇଛନ୍ତି। ୪ ଚିତାଙ୍କ ମଧ୍ୟରୁ ୨ଟି ଶିକାର କରିଛନ୍ତି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ।  ଉଭୟଙ୍କୁ ଛୋଟ ଏନକ୍ଲୋଜରରୁ ବାହାର କରି  ବଡ଼ ଏନକ୍ଲୋଜରରେ ଛଡ଼ାଯାଇଥିଲା। ସେଠାରେ  ଚିତା ଦୁଇଟି ଶିକାର କରିଥିବା ଜଣାପଡ଼ିଛି। ରବିବାର ଗୋଟିଏ ଚିତଳ ହରିଣକୁ ଶିକାର କରି ଦୁଇ ଚିତା ଖାଇଥିବା ଉଦ୍ୟାନ କର୍ମଚାରୀ କହିଛନ୍ତି।

ଗତ ସେପ୍ଟେମ୍ବର ମାସରେ ଆସିଥିବା ଆଠ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନର ଏକ ଛୋଟ ଏନକ୍ଲୋଜରରେ ରଖାଯାଇଥିଲା। ସେମାନଙ୍କ ଉପରେ ନରନ୍ତର ନଜର ରଖାଯିବା ସହ ସମୟ ସମୟରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିଲା।  ଏହା ମଧ୍ୟରେ ଦେଢ ମାସ ବିତିଯାଇଛି। 

ଶନିବାର ଦୁଇଟି ପୁରୁଷ ଚିତାଙ୍କୁ ଏନକ୍ଲୋଜରରୁ ବାହାରକୁ ଅଣାଯାଇ ବଡ ଏକ୍ଲୋଜରରେ ଛଡାଯାଇଥିଲା।  ଗତକାଲି ବିଳମ୍ବିତ ରାତି କିମ୍ବା ଆଜି ଭୋରରୁ ଦୁହେଁ ଗୋଟିଏ ହରିଣକୁ ମାରି ଖାଇଥିବା ଜଣାପଡ଼ିଛି। ଏହାପରେ ଦୁହିଁଙ୍କୁ ଜାତୀୟ ଉଦ୍ୟାନର ମୁକ୍ତ ଜଙ୍ଗଲ ଭିତରକୁ ଛଡ଼ାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *