ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରି ନାହାନ୍ତି, ଦାୟିତ୍ୱ ଦେଇଛନ୍ତି – ପ୍ରସନ୍ନ ଆଚାର୍ଯ୍ୟ

Spread the love

ଭୁବନେଶ୍ୱର : ୫ଟି ସଚିବ ଭି.କେ.ପାଣ୍ଡିଆନ ଭାରତୀୟ ପ୍ରଶାସନିକ ସେବାର ନିୟମାବଳୀକୁ ଉଲ୍ଲଂଘନ କରିଥିବା ନେଇ କେନ୍ଦ୍ର ସରକାରଙ୍କ ପତ୍ର ପରେ ବିଜୁ ଜନତା ଦଳ ଏହା ଉପରେ ପ୍ରତକ୍ରିୟା ଦେଇଛି ।

ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରି ନାହାନ୍ତି, ବରଂ ବିଜେଡି ସଭାପତି ହିସାବରେ କର୍ମୀଙ୍କୁ ଦାୟିତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ହିସାବରେ ସିଏମଓକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି।ମୁଖ୍ୟମନ୍ତ୍ରୀ ନିଜ ସରକାରୀ ଘରକୁ ଅଭିଯୋଗ ପ୍ରକୋଷ୍ଠରେ ପରିଣତ କରିଛନ୍ତି । ସିଏମଓ ଯେଉଁଭଳି ଲୋକଙ୍କ ନିକଟତର ହେଉଛି ଭାରତରେ ଅନ୍ୟତ୍ର କେଉଁଠି ହେଉନି। ସିଏମଓକୁ ଆସିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ, ସରକାର ଯଦି ଲୋକଙ୍କ ପାଖରେ ପହଞ୍ଚିବେ ଏଥିରେ ଅସ୍ୱାଭାବିକତା କୋଉଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି, କିଛି ଲୋକ କହୁଛନ୍ତି ପାୱାର୍ ଡେଲିଗେଟ ହେଉଛି । ମୁଖ୍ୟମନ୍ତ୍ରୀ ଆମ ଦଳର ମୁଖ୍ୟ। ମୁଖ୍ୟ ହିସାବରେ ସେ ଦଳର କର୍ମୀଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି । ଠିକ୍ ସେହିପରି ମୁଖ୍ୟମନ୍ତ୍ରୀ ହିସାବରେ ସରକାରୀ କର୍ମଚାରୀଙ୍କୁ ବିଭିନ୍ନ ଦାୟିତ୍ୱ ଦେଉଛନ୍ତି, ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସମ୍ପୂର୍ଣ୍ଣ ସାମ୍ବିଧାନିକ । ସେ କାହାକୁ କ୍ଷମତା ହସ୍ତାନ୍ତର କରୁନାହାନ୍ତି, ଯାହା ନିକଟରେ ଇସ୍ୟୁ ନଥାଏ ସେମାନେ ଏମିତି କୁହନ୍ତି, ବିଭାଗୀୟ ଚିଠି ଆସିବା ନୂଆ କଥା ନୁହେଁ । ଏଭଳି ଚିରାଚରିତ ଚିଠି ଆମେ ଆଗରୁ ଦେଖିଛୁ, ସରକାର ଲୋକଙ୍କ ନିକଟରେ ପହଞ୍ଚୁଛି । ସେଥିରେ ଲୋକ ଖୁସି, ଆଗାମୀ ନିର୍ବାଚନରେ ବିକାଶ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *