ଗୁଇନ୍ଦା ରିପୋର୍ଟ ସାର୍ବଜନୀନ କରାଯିବା ଚିନ୍ତାଜନକ: ରିଜିଜୁ

Spread the love

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପୁଣି କଲେଜିୟମ ଉପରେ ଆକ୍ରାମକ ବୟାନ ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟ କଲେଜିୟମ ଦ୍ବାରା ଗୁଇନ୍ଦା ବିଭାଗ ଓ ର ଦ୍ବାରା ପ୍ରସ୍ତୁତ ସମ୍ବେଦନଶୀଳ ରିପୋର୍ଟସର କିଛି ଅଂଶ ସାର୍ବଜନୀନ କରିବା ଚିନ୍ତାର ବିଷୟ। କିରନ ରିଜିଜୁ ଆହୁରି କହିଛନ୍ତି, ଗୁଇନ୍ଦ ଏଜେନ୍ସିସବୁ ଗୁପ୍ତ ଭାବେ କାମ କରିଥାନ୍ତି ଓ ଯଦି ସେମାନଙ୍କ ରିପୋର୍ଟ ସାର୍ବଜନୀନ କରାଯାଏ ତେବେ ସେମାନେ ଭବିଷ୍ୟତରେ ଏହାକୁ ନେଇ ଦୁଇ ଥର ଚିନ୍ତା କରିବେ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର କଲେଜିୟମ ନିକଟରେ ଆଇବି ଓ ର’ର ରିପୋର୍ଟର କିଛି ଅଂଶ ସାର୍ବଜନୀନ କରିଥିଲେ। ଏଥିରେ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ ପଠାଯାଇଥିବା କିଛି ନାମ ଥିଲା। ଏହାକୁ ନେଇ କେନ୍ଦ୍ର ଗୁଇନ୍ଦା ରିପୋର୍ଟସକୁ ଦର୍ଶାଇ ସେହି ନାମକୁ ଖାରଜ କରିଦେଇଥିଲା। ଏହା ପରେ ମଧ୍ୟ କଲେଜିୟମ ସେହି ନାମକୁ ସବୁ ପୁଣି ସରକାର ନିକଟକୁ ପଠାଇଥିଲା।

କେନ୍ଦ୍ର ଆଇନ ମନ୍ତ୍ରୀ ସେହି ରିପୋର୍ଟ ସମ୍ପର୍କରେ କହିଛନ୍ତି କି, ଆଇବି ଓ ର’ର ସମ୍ବେଦନଶୀଳ ରିପୋର୍ଟସକୁ ସାର୍ବଜନୀନ କରିବା ଅତ୍ୟନ୍ତ ଚିନ୍ତାଜନକ ଓ ଏହା ଉପରେ ସମୟ ଆସିଲେ ପ୍ରତିକ୍ରିୟା ଦିଆଯିବ ବୋଲି ରିଜିଜୁ କହିଛନ୍ତି।

Leave a Reply

Your email address will not be published. Required fields are marked *