ଜମ୍ପ ବେଳେ ଖୋଲିଲାନି ପାରାଚ୍ୟୁଟ, ଚାଲିଗଲା କମାଣ୍ଡୋଙ୍କ ଜୀବନ

Spread the love

ଲଦାଖ: ଲେହ ଲଦ୍ଦାଖରେ ଯୁଦ୍ଧାଭ୍ୟାସ ସମୟରେ ଜଣେ ପାରା କମାଣ୍ଡୋଙ୍କ ପାରାଚୁଟ ନ ଖୋଲିବାରୁ ତାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ନାୟକ ସୁରଜ ପାଲ, ଆଗ୍ରାସ୍ତିତ ପାରା ବ୍ରିଗେଡରେ ନିଯୁକ୍ତ ଥିଲେ। ସୁରଜ ପାଲଙ୍କ ଟିମ ପର୍ବତ ପ୍ରହାର ଏକ୍ସରସାଇଜ ପାଇଁ ଲେହ ଯାଇଥିଲେ। ଗତ  ୧୨ ଦିନରୁ ଲେହ ସେକ୍ଟରରେ  ପାରାଚୁଟ ନ ଖୋଲିବାରୁ ହୋଇଥିବା ମୃତ୍ୟୁର ଏହା ଦ୍ବିତୀୟ ଘଟଣା।

ପାରା କମାଣ୍ଡୋଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରି ଭାରତୀୟ ସେନା ପକ୍ଷରୁ କୁହାଯାଇଛି କି ନାୟକ ସୁରଜ ପାଲଙ୍କ ଡ୍ୟୁଟି କାଳରେ  ମୃତ୍ୟୁ ହୋଇଛି। ଏହି ଦୁଃଖ ସମୟରେ  ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଓ ସେନାର ସମସ୍ତ  ସଦସ୍ୟ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ବିଗତ ୧୫ ଦିନ ହେବ ଲେହ ଲଦ୍ଦାଖରେ ୧୪ ତମ ଫାୟାର ଆଣ୍ଡ ଫ୍ୟୁରୀ କୋର ଓ ମଥୁରା ସ୍ଥିତ ୱାନ ଷ୍ଟାଇକ କୋରର ପର୍ବତ ପ୍ରହାର ଏକ୍ସରସାଇଜ ଚାଲିଥିଲା। ଏହି ଯୁଦ୍ଧାଭ୍ୟାସରେ ଆଗ୍ରାସ୍ଥିତ ପାରା ବ୍ରିଗେଡ ମଧ୍ୟ ଅଂଶ ନେଇଥିଲେ, ଯେଉଁଠି ଏବେ ସୁରଜପାଲ ନିୟୋଜିତ ଥିଲେ। 

୧୦ ସେପ୍ଟେମ୍ବରକୁ ପାରା ବ୍ରିଗେଡର ଟ୍ରୁପ୍ସ  ଆକାଶରୁ ଜମ୍ପ କରୁଥିବା ବେଳେ ତାଙ୍କ ପାରାଚ୍ୟୁଟ ଖୋଲିନଥିଲା ଓ ସେ ତଳେ ପଡିଯାଇ ମୃତ୍ୟୁବରଣ କରିଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୨୯ରେ ରେଡ ହଣ୍ଟ ଏକ୍ସରସାଇଜ କାଳରେ ନାଏବ ସୁବେଦାର ହରିବିର ସିଂହଙ୍କ ମଧ୍ୟ ପାରାଚ୍ୟୁଟ ନ ଖୋଲିବାରୁ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *