କମିଶନରେଟ ପୁଲିସର ସ୍ପେଶାଲ ଡ୍ରାଇଭ

Spread the love

ଭୁବନେଶ୍ୱର: ବ୍ରାଉନସୁଗାର କାରବାର ଉପରେ କମିଶନରେଟ ପୁଲିସର ସ୍ପେଶାଲ ଡ୍ରାଇଭ। ରେଣ୍ଟାଲ ଇଲାକାରୁ ଧରାହେଲେ ଦୁଇଜଣ ନିଶା ବେପାରୀ। ଗିରଫ ଅଭିଯୁକ୍ତମାନେ ହେଲେ ନୟାପଲ୍ଲୀର ସୌମ୍ୟରଂଜନ ଦାସ ଓ ମଙ୍ଗୁଳି ସାହୁ। ଉଭୟଙ୍କ ପାଖରୁ ୧୫ ଗ୍ରାମ ବାଉନସୁଗାର ସହ ଏକ ବାଇକ ଓ ନଗଦ ୨୫ଶହ ଟଙ୍କା ଜବତ କରିଛି ପୋଲିସ। ସୋମବାର ସନ୍ଧ୍ୟାରେ ଅଭିଯୁକ୍ତମାନେ ବ୍ରାଉନସୁଗାର ବିକ୍ରି କରୁଥିବାବେଳେ ଏମାନଙ୍କୁ  ରେଡହ୍ୟାଣ୍ଡେଡ ଧରିଛି ପୁଲିସ। ତେବେ ଗିରଫ ପରେ ଏମାନଙ୍କ ନେଟୱାର୍କ ଆଉ କେଉଁଠି ସବୁ ସକ୍ରୀୟ ରହିଛି ସେନେଇ ଖୋଳତାଡ ଜାରି ରଖିଥିବା ସୂଚନା ଦେଇଛି ପୋଲିସ।

Leave a Reply

Your email address will not be published. Required fields are marked *