ଭାରତ ବାୟୋଟେକର ପ୍ରଥମ ନାଜାଲ କୋଭିଡ ଟୀକାର କ୍ଲିନିକାଲ ଟ୍ରାଏଲ ସଫଳ

ନୂଆଦିଲ୍ଲୀ: ଭାରତ ବାୟୋଟେକ ଦେଶର ପ୍ରଥମ ନାଜାଲ କୋଭିଡ ଟୀକା ବିବିଭି-୧୫୪ର ତୃତୀୟ ଚରଣ ପରୀକ୍ଷଣ ସଫଳତାର ସହ କରିବାରେ ସକ୍ଷମ ହୋଇଛି। ଏହାକୁ କରୋନା ବିରୋଧରେ ବୁଷ୍ଟର ଡୋଜ ଭାବେ ଦିଆଯାଇ ପାରିବ ବୋଲି ଭାରତ ବାୟୋଟେକ ଇଣ୍ଟରନାସନାଲ ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି। କୁହାଯାଇଛି କି, ପରୀକ୍ଷାରେ ଏହା ସୁରକ୍ଷିତ, ସହନଶୀଳ ଓ ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢାଇବାରେ ଫଳପ୍ରଦ ସାବ୍ୟସ୍ତ ହୋଇଛି।
ସୂଚନା ମୁତାବକ ବିବିଭି-୧୫୪ ନାକରେ ଦିଆଯାଉଥିବା ଟୀକା ପ୍ରଥମ ଓ ଦ୍ୱିତୀୟ କ୍ଲିନିକାଲ ଟ୍ରାଏଲରେ ସଫଳ ସାବ୍ୟସ୍ତ ହୋଇଛି, ଯେଉଁଥିରେ ଲୋକମାନେ ପୂର୍ବରୁ ଦୁଇଟି ଯାକ ଟୀକା ନେଇଛନ୍ତି ସେମାନଙ୍କୁ ତୃତୀୟ ବା ବୁଷ୍ଟର ଡୋଜ ଭାବେ ଦିଆଯାଇ ପାରିବ କି ନାହିଁ ତା ଉପରେ ହୋଇଥିଲା ପରୀକ୍ଷା। ଏହା ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ ମଧ୍ୟ ବ୍ୟୟ ସାପେକ୍ଷ ରହିଛି।
ବିବିଭ୧୫୪ ଟୀକା ୱାସିଂଟନ ୟୁନିଭର୍ସିଟି ଏସଟି ଲଙ୍କମସର ଭାଗିଦାରିତାରେ ବିକଶିତ କରାଯାଇଛି। ତେବେ ଏହା ପରେ କ୍ଲିନିକାଲ ଟ୍ରାଏଲ, ଡେଲିଭରୀ ଡିଭାଇସ ବିକାଶ ଆଦି ଭାରତ ବାୟୋଟେକ ଦ୍ୱାରା କରାଯାଇଛି। ତେବେ ଏହି ଟୀକା ବିକାଶ ଓ ଉତ୍ପାଦନ ପାଇଁ ଭାରତ ସରକାର ପକ୍ଷରୁ ଅର୍ଥ ବିନିଯୋଗ କରାଯାଇଛି।
ଟୀକାର ଦୁଇଟି ଅଲଗା ଓ ସମାନ୍ତରାଲ କ୍ଲିନିକାଲ ଟ୍ରାଏଲ କରାଯାଇଛି, ଏହା ବୁଷ୍ଟର ଡୋଜ ଭାବେ ବ୍ୟବହାର ହୋଇ ପାରି କି ନାହିଁ ଏହାକୁ ପ୍ରାଧାନ୍ୟ ଦିଆଯାଇ ପରୀକ୍ଷଣ କରାଯାଇଛି। ଭାରତରେ ଦୁଇଟି ଡୋଜ ନେଇଥିବା ଲୋକଙ୍କୁ ଏହି ଡୋଜ ଦିଆଯାଇ ପାରିବ ଏହି ଲକ୍ଷ୍ୟରେ ଏହାର ବିକାଶ ହୋଇଛି।
ଟୀକାର ତୃତୀୟ ପର୍ଯ୍ୟୟ ପରୀକ୍ଷଣ ପରେ ପରୀକ୍ଷଣର ଡାଟା ନାସନାଲ ରେଗୁଲେଟୋରୀ ଅଥୋରିଟିଜ ନିକଟରେ ଦାଖଲ କରି ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମଗା ଯାଇଛି। ଦେଶର ଭିନ୍ନ ଭିନ୍ନ ୧୪ଟି ସ୍ଥାନରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *