ମଧ୍ୟପ୍ରଦେଶ ପାଳିଲା କାଓ ହଗ ଡେ

Spread the love

ଜବଲପୁର:  କାଓ ହଗ ଡେ ପାଳନକୁ ବାତିଲ କରାଯିବା ସତ୍ତ୍ବେ ମଧ୍ୟ ଭାଲେଣ୍ଟାଇନ ଡେ ଅବସରରେ ମଧ୍ୟ ପ୍ରଦେଶ ଗୋପାଳନ ଓ ପଶୁଧନ ପ୍ରୋତ୍ସାହନ ବୋର୍ଡ ଏହାକୁ ପାଳନ କରିଛନ୍ତି। ଜବଲପୁରସ୍ଥିତ ନିଜ ବାସଭବନରେ ବୋର୍ଡ ମୁଖ୍ୟ ମହାମଣ୍ଡଳେଶ୍ବର ସ୍ବାମୀ ଅଖିଳେଶ୍ବରାନନ୍ଦ ଗିରି ଗାଈଙ୍କ ପୂଜା କରିବା ସହ ଭାଲେଣ୍ଟାଇନ ଡେକୁ ଖାରଜ କରିଦେଇଛନ୍ତି।

ସ୍ବାମୀ କହିଛନ୍ତି ଭାଲେଣ୍ଟାଇନ ଡେ କେବଳ ବିଧ୍ବଂସର ସୃଷ୍ଟିକାରୀ। ସେ କହିଛନ୍ତି, ଆଜି ଭାଲେଣ୍ଟାଇନ ଡେ ପାଳନ ହେଉଛି ଓ ଆମେ ଏହାକୁ ବିରୋଧ କରୁଛୁ। କାରଣ ନା ଏହା ଦୟାର ସୃଷ୍ଟି କରେ, ନାହିଁ ସ୍ନେହ, ପ୍ରେମ। ଏହା କେବଳ ଲୋଭ ସୃଷ୍ଟି କରିଥାଏ। ତେଣୁ ଏହି ଦିନକୁ ଆମେ କାଓ ହଗ ଡେ ଭାବେ ପାଳିବାକୁ ଆହ୍ବାନ ଦେଇଥିଲୁ। ଆମେ ଭାରତ ପଶୁ କଲ୍ୟାଣ ବୋର୍ଡ ଦ୍ବାରା କାଓ ହଗ ଡେ ପାଳନ ଆହ୍ବାନକୁ ସମର୍ଥନ କରିଛୁ।

ସୂଚନାଯୋଗ୍ୟ, ଭାରତ ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ କୁହାଯାଇଥିଲା କି, ଆମେ ସମସ୍ତେ ଜାଣୁ କି, ଭାରତୀୟ ସଂସ୍କୃତିର ମେରୁଦଣ୍ଡ ଗାଈ। ଏହା ଗ୍ରାମୀଣ ଅର୍ଥନୀତି, ଜୀବନ ଧାରଣ, ପଶୁ ଧନ ଓ ଜୈବ ବିବିଧତାକୁ ପ୍ରତିନିଧିତ୍ବ କରିଥାଏ। ତେଣୁ ଗାଈକୁ ଆମେ କାମଧେନୁ, ଗୋ ମାତା ଭାବେ ଜାଣୁ। ଏହା ଆମକୁ ମା ପରି ସେବା ଦେଇଥାଏ।  କିନ୍ତୁ ପାଶ୍ଚାତ୍ୟ ସଂସ୍କୃତି ଅନୁକରଣ ଭିତରେ ବୈଦିକ ସଂସ୍କୃତି ବିଲୁପ୍ତ ହେବାକୁ ଯାଉଛି। ଆମେ ଆମ ପ୍ରକୃତ ସଂସ୍କୃତି ଓ ଐତିହ୍ୟକୁ ଭୁଲି ଯାଉଛୁ। ତେବେ  ଗାଈଠାରୁ ମିଳୁଥିବା ଅପାର ଲାଭ କାରଣରୁ ଗାଈକୁ ଆଲିଙ୍ଗନ କରି ଭାବାତ୍ମକ ସମୃଦ୍ଧି ଆସିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା।ଯାହାକୁ ପରେ ପ୍ରତ୍ୟାହାର କରାଯାଇଥିଲା।

Leave a Reply

Your email address will not be published. Required fields are marked *