ସଡକ ଦୁର୍ଘଟଣାରେ ଚାଲିଗଲା ସାଇରସଙ୍କ ଜୀବନ

Spread the love

ମୁମ୍ବାଇ: ସଡକ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ। ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସଙ୍କ ୫୪ ବର୍ଷରେ ମୃତ୍ୟୁ ହୋଇଛି। ସେ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ବେଳେ ସଡକ ଦୁର୍ଘଟଣା ହୋଇଥିଲା।

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମନ୍ତ୍ରୀ ଓ ଅନ୍ୟ ୩ ଜଣ କାର ଯୋଗେ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ବେଳେ ମହାରାଷ୍ଟ୍ରର ପାଲଘର ନିକଟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାର ପାଲଘର ନିକଟ ସରଜୁ ନଦୀ ଚାରୋଟି ପୋଲର ଡିଭାଇଡର ଉପରେ ମାଡିଯାଇ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସାଇରସ ଏକ ପାର୍ସି ପରିବାରରେ ୧୯୬୮ ଜୁଲାଇ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଟାଟା ସନ୍ସର ୬ଷ୍ଠ ଅଧ୍ୟକ୍ଷ ହୋଇଥିଲେ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଟାଟା ସନ୍ସର ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ।

Leave a Reply

Your email address will not be published. Required fields are marked *