ଦଲାଇ ଲାମା ଶାନ୍ତିର ଦୂତ: ରିଜିଜୁ

Spread the love

ନୂଆଦିଲ୍ଲୀ: ତିବ୍ଦତୀୟ ବୌଦ୍ଧ ନବବର୍ଷ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ କିରଣ ରିଜିଜୁ ଦଲାଇ ଲାମାଙ୍କୁ ଶାନ୍ତିର ଦୂତ କହିବା ସହ ତବ୍ଦତ ଲୋକଙ୍କ ହିତ ପାଇଁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେବାର ଆବଶ୍ୟକତା ରହିଛି। ତେଣୁ ଭାରତରେ ଥିବା ତିବ୍ଦତୀୟ ସମୁଦାୟଙ୍କୁ ଭାରତ ସରକାରର କଲ୍ୟାଣକାରୀ ଯୋଜନାରେ ସମ୍ପୃକ୍ତ କରିବାର ଆବଶ୍ୟକତା ଥିବା କହିଛନ୍ତି ରିଜିଜୁ। ଦିଲ୍ଲୀରେ ଅବସ୍ଥାପିତ ତିବ୍ଦତୀୟ ବସ୍ତି  ମଜନୁକା ଟିଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ରିଜିଜୁ କାର୍ଯ୍ୟକ୍ରମଷର କହିଛନ୍ତି କି, ତବ୍ଦତ ଲୋକେ ଜାଣି ଶୁଣି ଭାରତ ପାଇଁ ସମସ୍ୟା ସୃଷ୍ଟି କରିନ ଥାନ୍ତି। ସେମାନେ ଅତ୍ୟନ୍ତ ଶାନ୍ତିପ୍ରିୟ ଲୋକ। ଦଲାଇ ଲାମା ଶାନ୍ତିର ଦୂତ। ସେ ହିଁ ଦୁନିଆରେ ସବୁଠାରୁ ଅଧିକ ସମ୍ମାନିତ ଓ ଆଦରଣୀୟ ବ୍ୟକ୍ତି।  ଚୀନ ଅତୀତରେ ଦଲାଇ ଲାମାଙ୍କୁ ଭିକ୍ଷୁ ବେଶରେ ହିଂସ୍ର ଜୀବ, ଡବଲ ଡିଲର, ବିଚ୍ଛିନ୍ନତାବାଦୀ ମୁଖ୍ୟ କହିଛି, ଯିଏ କମୁନିଷ୍ଟ ରାଷ୍ଟ୍ରରୁ ନିଜକୁ ଅଲଗା କରିବାକୁ ଦାବି କରିଆସିଛନ୍ତି। ଏଥିସହ ରିଜିଜୁ ଦଲାଇ ଲାମାଙ୍କ ଲମ୍ବା ଓ ସୁସ୍ଥ ଜୀବନ ପ୍ରାର୍ଥନା କରି କହିଛନ୍ତି, ଆଧ୍ୟାତ୍ମିକ ନେତାଙ୍କ ବିଚାରଗୁଡିକୁ ସାରା ଦୁନିଆ ସମ୍ମାନ ଦେଉଛି ଓ ସ୍ବୀକାର ମଧ୍ୟ କରୁଛି।

ସେହିପରି ଭାରତରେ ଥିବା ତବ୍ଦତ ଲୋକଙ୍କ କଲ୍ୟାଣ ସମ୍ପର୍କରେ ଆଇନ ମନ୍ତ୍ରୀ କହିଛନ୍ତି, ଭାରତ ସରକାର ଏହି ସମୁଦାୟର ଲୋକଙ୍କ ଜୀବନ ଯାତ୍ରାକୁ ସହଜ କରିବା ପାଇଁ ସମୟ ସମୟରେ ତିବ୍ଦତ ଶରଣାର୍ଥୀ ନୀତି ଉପରେ ସମୀକ୍ଷା କରିପାରେ। ଏଥିସହ ଏଣ୍ଟ୍ରି ପଏଣ୍ଟ ପ୍ରସଙ୍ଗରେ ଗୃହ ମନ୍ତ୍ରଣାଳୟ ଓ ବିଦେଶ ମନ୍ତ୍ରଣାଳୟ ମଧ୍ୟରେ ବିଚାର କରାଯାଇପାରେ।

Leave a Reply

Your email address will not be published. Required fields are marked *