ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦୁଇ ଦିନିଆ ମାଲେସିଆ ଗସ୍ତ ୧୦ରେ

ନୂଆଦିଲ୍ଲୀ : ଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଗାମୀ ୧୦ ଜୁଲାଇରେ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯିବେ । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ମଜବୁତ୍ କରିବା ଏହି ସରକାରୀ ଗସ୍ତର ଉଦ୍ଦେଶ୍ୟ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହା ଯାଇଛି ।

ରାଜନାଥ ସିଂହ ସେଠାରେ ମାଲେସିଆର ପ୍ରତିରକ୍ଷା ମନ୍ତ୍ରୀ ଦାତୋ ସେରି ମୋହମ୍ମଦ ହସନଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତା କରିବେ। ଏହି କଥାବାର୍ତାରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ସାମରିକ ସହଯୋଗକୁ ଦୃଢ କରାଯିବା ଉପରେ ଆଲୋଚନା ହେବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *