ଭୁବନେଶ୍ୱର : ଏଏସଓ ପରୀକ୍ଷାର ମେରିଟ ତାଲିକାକୁ ହାଇକୋର୍ଟ ଖାରଜ କରି ଦେବା ପରେ ମନୋନୀତ ପ୍ରାର୍ଥୀ ମାନେ ଚିନ୍ତାଗ୍ରସ୍ତ ଅଛନ୍ତି । ସେମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆଜି କଟକ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ପ୍ରତି ଅବିଚାର କରାଯାଇଥିବା ସେମାନେ କହିଛନ୍ତି । ପୂରା ଜଜ୍ମେଂଟଟ କପି ଆସିବା ପରେ ସେମାନେ ପରବର୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ ବର୍ଷ ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଲିଖିତ ପରୀକ୍ଷା କରାଯାଇଥିଲା । ଏହା ପରେ ନଭେମ୍ବର ମାସରେ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା । ତେବେ ନଭେମ୍ବର ମାସରେ ଓପିଏସ୍?ସି ମେରିଟ୍ ଲିଷ୍ଟ ପ୍ରକାଶ କରିବା ପରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଥିବା ଅଭିଯୋଗ କରି ଏହା ବିରୋଧରେ ହାଇକୋର୍ଟରେ ଏକାଧିକ ଆବେଦନ କରାଯାଇଥିଲା । ସେଗୁଡ଼ିକର ବିଚାର କରି ହାଇକୋର୍ଟ ଓପିଏସ୍?ସି ପକ୍ଷରୁ ଜାରି କରାଯାଇଥିବା ମେରିଟ ଲିଷ୍ଟକୁ ଖାରଜ କରି ଦେଇଛନ୍ତି । ଏହା ସହିତ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ଓପିଏସ୍?ସିକୁ ନିର୍ଦ୍ଦେଶ ଦେଇଛନ୍ତି । ଲିଖିତ ପରୀକ୍ଷାରେ ପିଲାମାନେ ପାଇଥିବା ମୋଟ ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now