ପ୍ରତିରକ୍ଷା ଉତ୍ପାଦନ ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟଙ୍କାର ମାଇଲ୍‌ଖୁଂଟ ଅତିକ୍ରମ କରିଛି

Spread the love

୨୦୨୧ – ୨୨ ଆର୍ଥକ ବର୍ଷ ତୁଳନାରେ ଏଥିରେ ୧୨% ରୁ ଅଧିକ ବୃଦ୍ଧି ଘଟିଛି ଫଳରେ ୨୦୨୨ – ୨୩ ଆର୍ଥକ ବର୍ଷରେ ଏହା ପ୍ରାୟ ୧.୦୭ ଲକ୍ଷ କୋଟି ଟଙ୍କାରେ ପହଂଚିଛି

ନୂଆଦିଲ୍ଲୀ, ୧୯ ମଇ -ପ୍ରତିରକ୍ଷା ମନ୍ତ୍ରଣାଳୟର ନିରନ୍ତର ପ୍ରୟାସର ପରିଣାମ ସ୍ୱରୂପ, ୨୦୨୨ -୨୩ ଆର୍ଥକ ବର୍ଷ (ଏଫ୍‌?ୱାଇ)ରେ ପ୍ରତିରକ୍ଷା ଉତ୍ପାଦର ମୂଲ୍ୟ ପ୍ରଥମ ଥର ପାଇଁ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ବର୍ତମାନ ପ୍ରତିରକ୍ଷା ମୂଲ୍ୟ ୧,୦୬,୮୦୦ କୋଟି ଟଙ୍କା ରହିଛି ଏବଂ ଅବଶିଷ୍ଟ ଘରୋଇ ପ୍ରତିରକ୍ଷା ଶିଳ୍ପରୁ ତଥ୍ୟ ଆସିବା ପରେ ଏହାର ପରିମାଣ ଆହୁରି ବୃଦ୍ଧି ପାଇବ । ୨୦୨୧ -୨୨ ଆର୍ଥକ ବର୍ଷରେ ଏହି ସଂଖ୍ୟା ୯୫,୦୦୦ କୋଟି ଟଙ୍କା ଥିବାବେଳେ ୨୦୨୨ – ୨୩ ଆର୍ôଥକ ବର୍ଷରେ ବର୍ତ୍ତମାନର ପ୍ରତିରକ୍ଷା ଉତ୍ପାଦନର ମୂଲ୍ୟରେ ୧୨ % ଅଭିବୃଦ୍ଧି ଘଟିଛି ।

ସରକାର କ୍ରମାଗତ ଭାବରେ ପ୍ରତିରକ୍ଷା ଶିଳ୍ପ ଏବଂ ସେମାନଙ୍କ ସଙ୍ଗଠନ ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡିକୁ ଦୂର କରିବା ଏବଂ ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କ ସହିତ କାର୍ଯ୍ୟ କରୁଛନ୍ତି । ଯୋଗାଣ ଶୃଙ୍ଖଳରେ ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟ ଅପର ଏକୀକରଣ ସମେତ ବ୍ୟବସାୟ କରିବାର ସହଜ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଅନେକ ନୀତିଗତ ସଂସ୍କାର ଗ୍ରହଣ କରାଯାଇଛି ।

ଏହି ନୀତି ଯୋଗୁଁ, ପ୍ରତିରକ୍ଷା ଡିଜାଇନ୍‌, ବିକାଶ ଏବଂ ଉତ୍ପାଦନ କ୍ଷେତ୍ରକୁ ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟ ଅପ୍ ସହିତ ଅନେକ ଉଦ୍ୟୋଗ ଆଗେଇ ଆସୁଛନ୍ତି ଏବଂ ଗତ ୭ – ୮ ବର୍ଷ ମଧ୍ୟରେ ଉଦ୍ୟୋଗ ଗୁଡିକୁ ପ୍ରଦାନ କରା ଯାଇଥିବା ପ୍ରତିରକ୍ଷା ଲାଇସେନ୍ସ ସଂଖ୍ୟାରେ ପ୍ରାୟ ୨୦୦ ପ୍ରତିଶତ ବୃଦ୍ଧି ଘଟିଛି । ସରକାରଙ୍କ ଦ୍ୱାରା ନିଆ ଯାଇଥିବା ଏହି ପଦକ୍ଷେପ ଗୁଡିକ ଦେଶରେ ପ୍ରତିରକ୍ଷା ଶିଳ୍ପ ଉତ୍ପାଦନ କ୍ଷେତ୍ରର ପାରିବେଶିକ ବ୍ୟବସ୍ଥାକୁ ବୃଦ୍ଧି କରିଛି ଏବଂ ବହୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *