ମୁଲାୟମଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ଦାବି

Spread the love

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ  ତଥା ଦେଶର ପୂର୍ବତନ ରକ୍ଷାମନ୍ତ୍ରୀ ଦିବଙ୍ଗତ ମୁଲାୟମ ସିଂହ ଯାଦବକୁ ଭାରତ ରତ୍ନ ଦେବା ଦାବି ଜୋର ଧରିଛି। ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ମୋ ଅରିଫ ଖାନ ଚିଠି ଲେଖିଛନ୍ତି। ସେ ସ୍ବର୍ଗତ ଯାଦବଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ଦାବି କରିଛନ୍ତି।

୬ ଦଶକ ଧରି ଉତ୍ତର ପ୍ରଦେଶ ଓ ଦେଶ ସମୃଦ୍ଧିରେ ଗୁରୁତ୍ବ ବହନ କରିଥିବା ମୁଲାୟମ ସିଂହ ଯାଦବ। ସେ ଦେଶର ଧନୀ-ଗରିବ, ହିନ୍ଦୁ ମୁସଲମାନ, ଆଗୁଆ ଓ ପଛୁଆ ସବୁ ବର୍ଗକୁ ଏକ ସୂତ୍ରରେ ବାନ୍ଧିବାର କାର୍ଯ୍ୟ କରିଥିଲେ। ସମାଜବାଦ ଓ ସମ୍ବିଧାନର ରକ୍ଷା ପାଇଁ ସେ ସର୍ବଦା ସାମାଜିକ ନ୍ୟାୟର ଲଢେଇ ଲଢିଛନ୍ତି। ତାଙ୍କ ସଂଘର୍ଷ ଓ ଦେଶ ପାଇଁ ତାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ଦେଇ ତାଙ୍କୁ ଉଚିତ ସମ୍ମାନ ଦେବାର ଆବଶ୍ୟକତା ଥିବା ଉଲ୍ଲେଖ କରିଛନ୍ତି  ଅରିଫ ।

Leave a Reply

Your email address will not be published. Required fields are marked *