ନିର୍ବାଚନରେ ଆସନ ବଂଟନ ସମ୍ପର୍କରେ ମହାଭିକାଶ ଆଗାଡିରେ ଦେଖାଦେଲା ମତଭେଦ

Spread the love

ମୁମ୍ବାଇ : ମହାରାଷ୍ଟ୍ରରେ ଲୋକସଭା ଆସନ ବଂଟନ ସମ୍ପର୍କରେ ମହାଭିକାଶ ଆଗାଡୀ ସରକାରଙ୍କ ସହଯୋଗୀମାନଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି । ଶିବସେନା ଦଳ ରାଜ୍ୟର ୪୮ ଟି ଲୋକସଭା ଆସନ ମଧ୍ୟରୁ ୨୦ ଟି ଉପରେ ଦାବି ଆରମ୍ଭ କରିଦେଇଛି । 

ସୂଚନାନୁସାରେ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମହାଭିକାଶ  ଆଗାଡିର ତିନି ସହଯୋଗୀ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତି ନେଇଥିଲେ । ଯଦି ଉତ୍ସଗୁଡିକ ବିଶ୍ୱାସ କରାଯାଏ, ତେବେ ଏହି ବୈଠକରେ ତିନିଟି ଦଳକୁ ସମାନ ସଂଖ୍ୟକ ଆସନ ପାଇବା ନେଇ ଆଲୋଚନା ହୋଇଥିଲା, ଯଦିଓ କଂଗ୍ରେସ ରାଜ୍ୟ ସଭାପତି ନାନା ପାଟେଲ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏ ବାବଦରେ କୈଣସି ଆଲୋଚନା ହୋଇନାହିଁ ।  ଗଣମାଧ୍ୟମରେ ପହିଂବା ପରେ ସଭା ଭିତରେ ଯାହା ଘଟିଛି ସେ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ପରେ ଶିବସେନା  ନେତା ସଞ୍ଜୟ ରାଉତ କହିଛନ୍ତି ଯେ ବର୍ତମାନ ସେମାନଙ୍କ ପାଖରେ ୧୯ ଜଣ ସାଂସଦ ଅଛନ୍ତି । ସେଥିମଧ୍ୟରୁ ମହାରାଷ୍ଟ୍ରରେ ୧୮ ଜଣ ଏବଂ ଦାଦ୍ରା ନାଗର ହାଭେଲି ଆସନରେ ଅଛନ୍ତି । ତାଙ୍କ ଦଳ କୈଣସି ପ୍ରକାରେ ୨୦ ରୁ କମ୍ ସିଟ୍ ଉପରେ ଆପୋଷ ବୁଝାମଣା କରିବ ନାହିଁ । ଏନସିପି ନେତା ଅଜିତ ପାୱାର କହିଛନ୍ତି ଯେ ଏନସିପି ବର୍ତମାନ ରାଜ୍ୟର ଏକମାତ୍ର ବୃହତମ ଦଳ, ତେଣୁ କଂଗ୍ରେସ ଏବଂ ଶିବସେନା ଏନସିପିକୁ ବଡ ଭାଇ ଭାବରେ ଦେଖିବା ଉଚିତ । ଏହା ଉପରେ ସଂଜୟ ରାଉତ କହିଛନ୍ତି ଯେ ନିର୍ବାଚନରେ ସବୁକିଛି ଜଣା ପଡ଼ିବ କିଏ ବଡ଼ ଭାଇ ଏବଂ କିଏ ସାନ ଭାଇ । ନାନା ପାଟୋଲ କହିଛନ୍ତି ଯେ ଏହା ବଡ କି ଛୋଟ କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ।

Leave a Reply

Your email address will not be published. Required fields are marked *